ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲାଲ ଲେହେଙ୍ଗା, ଲାଲଚୁଡି, ସିନ୍ଥି ପିନ୍ଧି ବଧୂ ବେଶରେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ଯୁବତୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯୁବତୀଙ୍କର ଏହି ଭିଡିଓ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି । କାରଣ ସମସ୍ତଙ୍କ ମନରେ ସେଇ ଗୋଟିଏ ପ୍ରଶ୍ନ ବିବାହ ଦିନରେ କଣ କିଏ ପରୀକ୍ଷା କେନ୍ଦ୍ରରେ ବସି ପରୀକ୍ଷା ଦିଏ? ଅବଶ୍ୟ ଏହି ଭିଡିଓ ଦେଖିବା ପରେ କିଛି ଲୋକେ ପ୍ରଶଂସା କରିବା ସହ ଭିଡିଓକୁ ବହୁଳ ମାତ୍ରାରେ ସେୟାର କରୁଛନ୍ତି ।
କୁହାଯାଉଛି କି ଭାଇରାଲ ହେଉଥିବା ଏହି ଭିଡିଓଟି ଗୁଜୁରାଟ ରାଜକୋଟର । ଏଠାରେ ଏକ ଝିଅ ବିବାହ ପୂର୍ବରୁ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ । ରିପୋର୍ଟ ଅନୁଯାୟୀ, ଝିଅଟିର ନାମ ଶିବାଙ୍ଗୀ ବଗଥରିଆ ଏବଂ ସେ ଜଣେ ସ୍ନାତକୋତ୍ତର ଛାତ୍ର। ସ୍ନାତକୋତ୍ତର ସାମାଜିକ କାର୍ୟ୍ୟର ପଞ୍ଚମ ସେମିଷ୍ଟାର ପରୀକ୍ଷା ପାଇଁ ଶିବାଙ୍ଗୀ ଶାନ୍ତିନିକେତନ କଲେଜରେ ପହଞ୍ଚିଥିଲେ । ଏହି ଅବସରରେ ଶିବାଙ୍ଗୀ କହିଥିଲେ କି ଯେତେବେଳେ ସେମାନଙ୍କର ବିବାହ ସ୍ଥିର ହୋଇଥିଲା, ସେତେବେଳେ ପରୀକ୍ଷା ତାରିଖ ଘୋଷଣା କରାଯାଇ ନଥିଲା । କିନ୍ତୁ, ହଠାତ୍ ତାରିଖ ଘୋଷଣା ହେଲା । ଏହାପରେ ମୁଁ ପରୀକ୍ଷା ଦେବି ବୋଲି ନିଷ୍ପତି ନେଇଥିଲି । ଉଭୟ ପରିବାର ମଧ୍ୟ ଏହି ନିଷ୍ପତ୍ତିକୁ ସମର୍ଥନ କରିଥିଲେ।
ବଡ କଥା ହେଉଛି ଶିବାଙ୍ଗୀ ତାଙ୍କ ସ୍ୱାମୀଙ୍କ ସହ ପରୀକ୍ଷା କେନ୍ଦ୍ରରେ ପହଞ୍ଚିଥିଲେ। ଶିବାଙ୍ଗୀଙ୍କ ସ୍ୱାମୀ କହିଥିଲେ କି ପୂର୍ବରୁ ଆମେ ଭାବୁଥିଲୁ ବିବାହ ବାତିଲ ହେବା ଉଚିତ୍, କିନ୍ତୁ ସମସ୍ତେ ସ୍ଥିର କଲେ ଯେ ବିବାହ ଟିକେ ବିଳମ୍ବ ହେବ, କିନ୍ତୁ ପରୀକ୍ଷା ଠିକ୍ ସମୟରେ ଦିଆଯିବ।