ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପ୍ରେମ ନାଁରେ ଯୁବତୀଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ ପରେ ମନ ଇଚ୍ଛା ମାଡ ମାରିଲେ । ଶେଷରେ ଏଚଆଇଭି ପଜେଟିଭ ଇଞ୍ଜେକ୍ସନ ଦେଲେ । ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗୁରୁଗ୍ରାମରେ । ସୂଚନା ଅନୁସାରେ ପ୍ରଥମେ ଯୁବତୀଙ୍କ ସହିତ ଯୁବକ ଜଣଙ୍କ ପ୍ରେମ ସମ୍ପର୍କ ସ୍ଥାପନ କରିଥିଲେ । ପରେ ଯୁବତୀଙ୍କ ସହିତ ବିତେଇ ଥିବା ଅନ୍ତରଙ୍ଗ ମୂହୂତ୍ତର ଭିଡିଓ ସୁଟ କରି ଭାଇରାଲ କରି ଦେବାର ଭୟ ଦେଖାଇ ତାଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିଲେ ।
କେବଳ ଏତିକି ନୁହେଁ ଯୁବତୀ ଜଣଙ୍କ ଗର୍ଭବତୀ ହେବାପରେ ଯୁବକ ତାଙ୍କୁ ଜବରଦସ୍ତି ଏଚଆଇଭି ଇଞ୍ଜେକ୍ସନ ଦେଇଥିଲେ । ଯାହାଦ୍ୱାରା ଯୁବତୀ ଜଣଙ୍କ ଏବେ ଏଚଆଇଭି ପଜେଟିଭି ହୋଇ ଯାଇଛନ୍ତି । ଯୁବତୀ ଜଣଙ୍କ ମେଡିକାଲ ଟେଷ୍ଟ କରିବା ପରେ ଯୁବକଙ୍କ ନାମରେ ଥାନାରେ ମାମଲା ରୁଜୁ କରିଛନ୍ତି । ଏନେଇ ପୋଲିସ ଏବେ ତଦନ୍ତ ଆରମ୍ଭ କରିଛି । ଯୁବକ ନାମ ହିତେଶ ବୋଲି ଜଣା ପଡିଛି । ତା ଘର ମଥୁରାରେ ।