ରାଞ୍ଚି ( ଏଟିଆର ବ୍ୟୁରୋ): ରାମ ଚନ୍ଦ୍ର ବନବାସ କାଳରେ ୧୪ ବର୍ଷ ଆଦିବାସୀ ମାନଙ୍କ ସହିତ ରହିଥିଲେ । ଝାଡଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାରରେ ଏକ ରାଲିରେ ଯୋଗ ଦେଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେ ଆହୁରି ମଧ୍ୟ କହିଛନ୍ତି ରାମଚନ୍ଦ୍ର ଯେତେବେଳେ ବନବାସ ଯାଇଥିଲେ ସେତେବେଳେ ସେ ରାଜକୁମାର ରାମଚନ୍ଦ୍ର ଥିଲେ । ମାତ୍ର ଯେତେବେଳେ ସେ ୧୪ ବର୍ଷ ବନବାସ କଟାଇ ଅଯୋଧ୍ୟା ଫେରିଥିଲେ ସେତେବେଳେ ସେ ଭଗବାନ ରାମଚନ୍ଦ୍ର ହୋଇଥିଲେ ।
ଏହା ଏଥିପାଇଁ ହୋଇଥିଲା କି ରାମଚନ୍ଦ୍ର ୧୪ ବର୍ଷ କାଳ ବନବାସରେ ଆଦିବାସୀ ମାନଙ୍କ ସହିତ କାଟାଇଥିଲେ । ଏହି ସଂସ୍କାର ହେଉଛି ଆଦିବାସୀ ଭାଇ ଭଉଣୀ ମାନଙ୍କର । ସେ କହିଛନ୍ତି ରାମ ଜନ୍ମ ଭୂମିକୁ ନେଇ ଯେଉଁ ବିବାଦ ରହିଥିଲା ତାହା ଏବେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହୋଇଛି । ଝାଡଖଣ୍ଡବାସୀଙ୍କର ସବୁବେଳେ ବିଜେପି ଓ ପଦ୍ମଫୁଲ ପ୍ରତି ବିଶ୍ୱାସ ଓ ଭରଷା ରହିଛି ।