ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଗତକାଲି ପହିଲା ଠାରୁ ରାଜ୍ୟରେ କଡାକଡି ଭାବେ ଲାଗୁ କରାଯାଇଛି ନୂଆ ଟ୍ରାଫିକ ଆଇନ । ଯାହାକୁ ନେଇ ଏବେ ଗାଡି ଚାଳକଙ୍କ ମଧ୍ୟରେ ପୁଣି ଛନକା ପସିଛି । ତେବେ ଏବେ କେତେକ ସ୍ଥାନାର ଟ୍ରାଫିକ ନିୟମ ଉଲଘଂନ କରୁଥିବା ବ୍ୟକ୍ତିଙ୍କର ଚାଲାଣ କଟାଯିବା ବେଳେ ସେମାନେ ରାସ୍ତାର ଥିବା ଶୋଚନୀୟତା ପ୍ରକାଶ କରୁଛନ୍ତି । ମାତ୍ର ଏବେ ରାସ୍ତାର ଖରାପ ସ୍ଥିତିକୁ ସୁଧାରିବା ପାଇଁ ହରିୟାଣା ସରକାର ଏକ ନୂଆ ୂଆପ ଲଞ୍ଚ କରିଛନ୍ତି । ଯାହାର ନାମ ରଖିଛନ୍ତିୂ ‘ହରପଥ“ ।
ସବୁଠାରୁ ମଜାକଥା ହେଲା ଏହି ଆପରେ ଯଦି ଜଣେ ଲୋକ ରାସ୍ତାରେ ଥିବା ଖାଲଖମାର ଫଟୋ ଉଠାଇ ତଥ୍ୟ ସହିତ ଏହି ଆପରେ ଅପଲୋଡ କରିବ ତେବେ ସେହି ବ୍ୟକ୍ତିଙ୍କୁ ପୁରସ୍କାର ସ୍ୱରୂପ ୧୦୦ ଟଙ୍କା ମିଳିବ । ଏହି ଫଟୋ ଅପଲୋଡ ହେବା ପରେ ଏହି ରାସ୍ତାକୁ ନିର୍ମାଣ କରିଥିବା ଠିକାଦାରଙ୍କୁ ୯୬ ଘଣ୍ଟା ସମୟ ଦିଆଯିବ ଏହି ରାସ୍ତାକୁ ମରାମତି କରିବା ପାଇଁ । ଯଦି ଠିକାଦାର ୪ ଦିନ ମଧ୍ୟରେ ରାସ୍ତାର ମରାମତି ନ କରନ୍ତି ତେବେ ପ୍ରତିଦିନ ସେ ୧ ହଜାର ଟଙ୍କା ଲେଖାଏଁ ଜରିମାନା ପ୍ରଦାନ କରିବେ । ଆଉ ଫଟୋ ଅପଲୋଡ କରିଥିବା ବ୍ୟକ୍ତିଙ୍କୁ ପ୍ରତିଦିନ ୧୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଅପ୍ରେଲ ୧ ତାରିଖରୁ ଏହାକୁ ରାଜ୍ୟରେ ଲାଗୁ କରାଯିବ ବୋଲି ସୂଚନା ମିଳିଛି ।