ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ସଙ୍କଟକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଗାଡି ଚାଳକଙ୍କୁ ଆଶ୍ୱସ୍ତି ଦିଆଯାଇଛି । ଯଦି ଲକ୍ ଡାଉନ୍ ମଧ୍ୟରେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ(ଡିଏଲ) ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆରସି) ଏକ୍ସପାୟର ହୋଇଯାଉଛି । ତେବେ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ କାରଣ ଏହି ସମୟରେ ଆପଣଙ୍କ ଚାଲାଣ କଟିବ ନାହିଁ । ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଗତ ମାସରେ ଏହି ନିର୍ଦ୍ଦେଶ ଦିଆଯାଇଥିଲା । ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା କି ସମସ୍ତ ପ୍ରକାରର ଡ୍ରାଇଭିଙ୍ଗ ଲାଇସେନ୍ସ, ପରମିଟ ଏବଂ ଗାଡି ଫିଟନେସ ସାର୍ଟିଫିକେଟ ଯଦି ୧ ଫେବୃଆରୀ ୨୦୨୦ ରୁ ୩୦ ଜୁନ୍ ୨୦୨୦ ମଧ୍ୟରେ ଏକ୍ସପାୟର ହୋଇ ଯାଉଛି ତେବେ ସେଥିପାଇଁ ଚାଲାଣ କଟିବ ନାହିଁ ।
କରୋନାକୁ ଦୃଷ୍ଟିରେ ରଖି ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଡକ୍ୟୁମେଣ୍ଟରେ ଏକ୍ସପାୟର ହେବାର ଶେଷ ତାରିଖ ୩୦ ଜୁନ୍ ରୁ ୩୦ ସେପ୍ଟମ୍ବର କରି ଦିଆଯାଇଛି । ଏହାଦ୍ୱାରା ଗାଡି ଚାଳକଙ୍କୁ ଆଶ୍ୱସ୍ତି ମିଳିଛି ।
ଏହାପୂର୍ବରୁ ୩୦ ମାର୍ଚ୍ଚରେ ମନ୍ତ୍ରାଳୟ ପକ୍ଷରୁ ଏକ ଆଡଭାଇଜରି ଜାରି କରାଯାଇ କୁହାଯାଇଥିଲା କି ଜୁନ୍ ୩୦ ପର୍ଯ୍ୟନ୍ତ ଗାଡିର ଫିଟନେସ୍, ବୀମା ଏବଂ ପଲ୍ୟୁସନ୍ ସାର୍ଟିଫିକେଟ ଦେଖାଇବାର ଆବଶ୍ୟକ ନାହିଁ ।