ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କରୋନା ଟୀକାକୁ ନେଇ ଲୋକଙ୍କ ମନରେ ସୃଷ୍ଟି ହୋଇଥିବା ଭ୍ରମକୁ ଖାରିଜ କରି କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ହର୍ଷବର୍ଦ୍ଧନ କହିଛନ୍ତି କି, ବିଶ୍ୱବ୍ୟାପି ବୈଜ୍ଞାନିଙ୍କ ବିଶ୍ଳେଷଣ ପରେ ଟୀକାକୁ ମଞ୍ଜୁରୀ ଦିଆଯାଇଛି । ଆମକୁ ଏହା ଉପରେ ବିଶ୍ୱାସ କରିବା ଉଚିତ ।
ଲୋକସଭାର ପ୍ରଶ୍ନକାଳରେ ହର୍ଷବର୍ଦ୍ଧନ କହିଛନ୍ତି କି, ଦେଶ-ଦୁନିଆରେ ଅନେକ ଲୋକଙ୍କ ମନରେ ଆଶଙ୍କା ରହିଛି କି , କରୋନା ଟୀକା ଆଗାମୀ ଦିନରେ କ୍ଷତି ପହଁଚାଇବନି ତ? ଭାରତରେ କରୋନାର ଯେଉଁ ଦୁଇଟି ଟୀକା କୋଭିସିଲ୍ଡ ଏବଂ କୋଭାକ୍ସିନ ବ୍ୟବହାର ପାଇଁ ଅନୁମତି ଦିଆଯାଇଛି । ତାହା ସମ୍ପୂର୍ଣ୍ଣ ସୁରକ୍ଷିତ । କୋଭିଡ ଟୀକାକୁ ନେଇ ଦେଶବାସୀ ସେମାନଙ୍କ ମନରେ କୌଣସି ଭ୍ରମ ରଖିବା ଉଚିତ୍ ନୁହେଁ । ଦୁନିଆର ବୈଜ୍ଞାନିକମାନେ ପରୀକ୍ଷଣ ଏବଂ ଅଧ୍ୟୟନ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ସରକାର ଟୀକାର ଯେଉଁ ସୁବିଧା ଉପଲବ୍ଧ କରାଇଛନ୍ତି ତାର ଲାଭ ଉଠାଈବା ଜରୁରୀ ।