ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦେଶରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି, ଡ୍ରଗ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ)କୁ ଗୁରୁତ୍ୱପୂର୍ଣ୍ଣ ଔଷଧ ସମ୍ବନ୍ଧରେ ସର୍ଭେ ଏବଂ ମନିଟରିଂ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମୁତାବକ, ଡିସିଜିଆଇକୁ ଦିଆଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି କି କୋଭିଡ ୧୯ ସମ୍ବନ୍ଧିତ ଆବଶ୍ୟକ ଏବଂ ଗୁରୁତ୍ୱପୂର୍ଣ୍ଣ ଔଷଧ ଦେଶରେ ଯେପରି ଅଭାବ ନହେବ । ତାକୁ ଦୃଷ୍ଟିରେ ରଖି ବଜାରରେ ଔଷଧ ସର୍ଭେ ଏବଂ ଘରୋଇ ଖୁଚୁରା ବଜାରରେ ପ୍ରଚୁର ପରିମାଣର ଔଷଧ ଷ୍ଟକ୍ ଏବଂ ଉପଲବ୍ଧତାର ତଦାରଖ କରିବା ପାଇଁ ଡିଜିସିଆଇକୁ କୁହାଯାଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଗତକାଲି କୁହାଯାଇଥିଲା କି, ଲକ୍ ଡାଉନ୍ ର ଅବଧି ବୃଦ୍ଧି ହେବା ପରେ ୬.୨ ଦିନରେ କରୋନା ମାମଲା ଦୁଇଗୁଣା ହୋଇଛି । ଯାହା ପୂର୍ବରୁ ତିନି ଦିନରେ ଦୁଇ ଗୁଣା ହେଉଥିଲା । ଏହାଦ୍ୱାରା କରୋନା ପ୍ରକୋପ କିଛି ମାତ୍ରାରେ ହ୍ରାସ ପାଇଛି ।