ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଧାରକାର୍ଡ, ଏହା ଏକ ଜରୁରୀ ଡକ୍ୟୁମେଣ୍ଟ । ଗ୍ୟାସ ବୁକିଂ କରିବାଠୁ ନେଇ ବ୍ୟାଙ୍କ ପର୍ଯ୍ୟନ୍ତ ସବୁଠି ଆଧାରକାର୍ଡର ଆବଶ୍ୟକତା ପଡିଥାଏ । ଅବଶ୍ୟ ଆଧାରକାର୍ଡରେ କୌଣସି ତଥ୍ୟ ପରିବର୍ତ୍ତନ କରିବାକୁ ନେଇ ଲୋକଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । କିନ୍ତୁ ଏବେ ଆପଣଙ୍କୁ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକତା ନାହିଁ । ତେବେ ଆସନ୍ତୁ ଜାଣିବା..
ମୋବାଇଲ ନଂ ବଦଳାଇବା ପରେ ଆଧାରକାର୍ଡ ସହ ଜଡିତ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଲୋକେ । ବାସ୍ତବରେ ଆଧାରକାର୍ଡ ସହ ଜଡିତ କୌଣସି କାମ ପାଇଁ ଆପଣଙ୍କ ଲିଙ୍କ ମୋବାଇଲ ନଂ ରେ ଓଟିପି ଆସିଥାଏ । ଯଦି ଆପଣ ମୋବାଇଲ ନଂ ବଦଳାଉଛନ୍ତି ତେବେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ତେବେ ଏବେ ଆପଣଙ୍କୁ ଏଥିପାଇଁ ଚିନ୍ତିତ ହେବାର ଆବଶ୍ୟକ ନାହିଁ । ଆସନ୍ତୁ ଜାଣିବା ଆଧାରକାର୍ଡରେ କିଭଳି କରିବେ ନୂତନ ନଂ ଲିଙ୍କ ।
ଆଧାରକାର୍ଡରେ ନୂତନ ନଂ ଲିଙ୍କ କରିବା ପାଇଁ ସର୍ବପ୍ରଥମେ ଆଧାର ରେଜିଷ୍ଟ୍ରେସନ ସେଣ୍ଟର ଯାଇ ରେଜିଷ୍ଟ୍ରେସନ କରିବାକୁ ହେବ । ସେଠାରେ ଆଧାର କରେକ୍ସନ ଫର୍ମରେ ତଥ୍ୟ ଭରିବାକୁ ହେବ । ଏଥିପାଇଁ ୨୫ ଟଙ୍କା ଶୁଳ୍କ ଆକାରରେ ଦେବାକୁ ହେବ । ଫର୍ମ ଜମା କରିବା ପରେ ଆପଣଙ୍କୁ ଏକ ସ୍ଲିପ ମିଳିବ । ଯେଉଁଥିର ଅପଡେଟ ରିକ୍ୟୁଷ୍ଟ ନମ୍ବର ଥିବ । ସେହି ନଂ ରୁ ଆପଣ ଜାଣି ପାରିବେ କି ଆପଣଙ୍କ ନୂତନ ମୋବାଇଲ ନଂ ଲିଙ୍କ ହୋଇଛି କି ନାହିଁ ।
ସେହିପରି ଯଦି ଆପଣଙ୍କ ମୋବାଇଲ ନଂ ଅପଡେଟ ନଥିବ ତେବେ ଆଧାରକାର୍ଡ ଡାଉନଲୋଡ କରିବାରେ ସମସ୍ୟା ହୋଇପାରେ । ସେଥିପାଇଁ ଆଉ ଏକ ଉପାୟ ରହିଛି । ସର୍ବପ୍ରଥମେ ୟୁଆଇଡିଏଆଇ ୱେବସାଇଡକୁ ଯାଆନ୍ତୁ ।
ଏହାପରେ ମାଇଁ ଆଧାରକାର୍ଡ ଅପ୍ସନ ଉପରେ କ୍ଲିକ କରି ଗେଟ୍ ଆଧାର ସେକ୍ସନରୁ ଅର୍ଡର ଆଧାର ପିଭିସି କାର୍ଡ ଉପରେ କ୍ଲିକ କରନ୍ତୁ । ସେଠାରେ ଆପଣଙ୍କୁ ଆଧାରର ନଂ ପଚରାଯିବ । ଏହି ପ୍ରକ୍ରିୟାକୁ କରିବା ପରେ ମାଇଁ ନଂ ଇଜ୍ ନଟ୍ ରେଜିଷ୍ଟର୍ଡ ଉପରେ କ୍ଲିକ କରନ୍ତୁ । ସେଠାରେ କୌଣସି ଅନ୍ୟ ନଂ ଦେଇ ଓଟିପି ସବମିଟି କରନ୍ତୁ । ଏହାପରେ ଆପଣଙ୍କୁ ଅନଲାଇନ ପେମେଣ୍ଟ ପାଇଁ କୁହାଯିବ । ଏହି ପ୍ରକ୍ରିୟା ପରେ ଆପଣଙ୍କ ନଂ ସର୍ଭିସ ରିକ୍ୟୁଷ୍ଟ ନଂ ଆସିଯିବ । ସେଥିରୁ ଆପଣ ସହଜରେ ଆପଣ ଆପଣଙ୍କ ଆଧାର ଷ୍ଟାଟସ ଦେଖିପାରିବେ ।