ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) ଜାମ୍ମୁକାଶ୍ମୀରରୁ ୩୭୦ ଉଚ୍ଛେଦ ହେବା ପରେ ପ୍ରତିକ୍ରିୟା ଶୀଳ ହୋଇ ପଡିଛି ପାକିସ୍ତାନ । ଏମିତି ଚକି ପ୍ରକିସ୍ତାନ ଭାରତ ସହିତ ସମସ୍ତ କୂଟନୈତିକ ଓ ରାଜନୈତିକ , ବ୍ୟବସାୟିକ ସମ୍ପର୍କ ଛିନ୍ନ କରିଛି । ଯାହାକୁ ନେଇ ଏବେ ଦୁଇ ଦେଶ ମଧ୍ୟରେ ବାକ ଯୁଦ୍ଧ ଲାଗି ରହିଛି । ତେବେ ଏଥର ଆତଙ୍କବାଦୀଙ୍କର ଲାଲ କିଲ୍ଲା ଉପରେ ନଜର ରହିଛି ବୋଲି ଭାରତୀୟ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଛି ।
ସୁରକ୍ଷା ଏଜେନ୍ସି ଏ ବାବଦରେ ଗୁଇନ୍ଦା ସୂଚନା ପାଇ ରେଡ୍ ଆଲର୍ଟ ଜାରି କରିଛି। ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ କରିପାରେ ବୋଲି ସୂଚନା ମିଳିଛି। ୭ ଜଣ ଆତଙ୍କବାଦୀ ଅନ୍ୟଦେଶର ଭିସା ଓ ପାସପୋର୍ଟରେ ଭାରତ ଅନୁପ୍ରବେଶ କରିଥିବା ସୂଚନା ଦେଇଛି ଗୁଇନ୍ଦା ବିଭାଗ ।ରଜୈରି କିମ୍ବା ପୁଞ୍ଚ ଜିଲ୍ଲାରେ ଏହି ଆତଙ୍କୀ ଅନୁପ୍ରବେଶ କରିଥିବା ଅନୁମାନ କରା ଯାଉଛି ।
ଲାଲ୍କିଲ୍ଲାଠାରୁ ୩ କିମି ଅଞ୍ଚଳ ପରିସର ମଧ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ ଗୁଇନ୍ଦା ସୂତ୍ରରୁ ଖବର ମିଳିବାପରେ ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀର ୧୭ଟି ଅଞ୍ଚଳକୁ ଅତି ସମ୍ୱେଦନଶୀଳ ଅଞ୍ଚଳ ବୋଲି ଘୋଷଣା କରି ସେ ସବୁ ଅଞ୍ଚଳ ଉପରେ କଡ଼ା ନଜର ରଖାଯିବା ସହିତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସନ୍ଦିଗ୍ଧ ଫୋନ କଲରୁ ବିଭାଗକୁ ଏହି ସୂଚନା ମିଳିଛି । ସୂଚନାଯୋଗ୍ୟ ଅନ୍ତର୍ଜାତୀୟ ଆତଙ୍କୀ ସଂଗଠନ ହେଉଛି ଜୈସ-ଏ-ମହମ୍ମଦ ଯାହାର ମୁଖ୍ୟ ମାସୁଦ ଆଝାର । ପୁଲୱାମା ଆକ୍ରମଣରେ ଏହି ସଂଗଠନର ହାତ ରହିଥିଲା ।