ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀ ଅକ୍ଷୟର ପୁର୍ନବିଚାର ପିଟିସନ୍ ଉପରେ ବୁଧବାର ସୁପ୍ରିମ କୋର୍ଟ ପକ୍ଷରୁ ଖାରଜ କରି ଦିଆଯାଇଥିଲା । ସେହିପରି ଦୋଷୀ ପବନ କୁମାର ଗୁପ୍ତାଙ୍କ ପିଟିସନ୍ ଉପରେ ଆଜି ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେବ । ପ୍ରଥମେ ଏହି ଶୁଣାକୁ ଜାନୁଆରୀ ୨୬କୁ ଟାଳି ଦିଆଯାଇଥିଲା । କିନ୍ତୁ ନିର୍ଭୟାର ମା’ କୋର୍ଟରେ ଗୁହାରି କରିବା ପରେ କୋର୍ଟ ପକ୍ଷରୁ ତାଙ୍କ ପୂର୍ବ ନିଷ୍ପତିକୁ ଫେରାଇ ନିଆଯାଇଛି । ସେଥିପାଇଁ ମାମଲାରେ ଆଜି ହିଁ ଶୁଣାଣି ହେବ ବୋଲି କୁହାଯାଉଛି । ।
ସୂଚନାଯୋଗ୍ୟ, ନିର୍ଭୟା ଗଣ ଦୁଷ୍କର୍ମ ମାମଲାର ଦୋଷୀ ପବନ ଦିଲ୍ଲୀ ହାଇକୋର୍ଟରେ ପିଟିସନ୍ ଦାଖଲ କରି ନିଜକୁ ନାବାଳକ ହେବାର କଥା କହିଥିଲା । ପିଟିସନ୍ ରେ କୁହାଯାଇଛି କି ଯେତେବେଳେ ଏହି ଘଟଣା ହୋଇଥିଲା, ସେହି ସମୟରେ ପବନ କୁମାର ନାବାଳକ ଥିଲେ । ସେଥିପାଇଁ ତାଙ୍କ ସହିତ କିଶୋର ନ୍ୟାୟ ଆଇନ ଅନୁଯାୟୀ ବ୍ୟବହାର କରାଯାଉ । କିନ୍ତୁ ପବନକୁ ଫାସୀ ଦଣ୍ଡ ଶୁଣାଯିବାରୁ ସେ ଦାବି କରିଛି କି ୨୦୧୨ ରେ ସେ ନାବାଳକ ଥିଲେ ଏବଂ ଟ୍ରାୟଲ କୋର୍ଟ ପକ୍ଷରୁ ତାଙ୍କ ସହିତ ଖରାପ ବ୍ୟବହାର କରାଯାଇଛି ।
ସେହିପରି ନାବାଳକ ରୂୂପେ ଦାବି କରିଥିବା ପିଟିସନ୍ କୁ ୨୦୧୭ ମସିହାରେ ଲୋୟର କୋର୍ଟ ପକ୍ଷରୁ ଖାରଜ କରାଯାଇଛି । ଏହାପରେ ଦୋଷୀ ପବନ ହାଇକୋର୍ଟର ସାହାରା ନେଇଛନ୍ତି । ଏବେ ଦେଖିବାକୁ ବାକି ଅଛି ହାଇକୋର୍ଟ ପକ୍ଷରୁ ପବନର ପିଟିସନ୍ କୁ ଖାରଜ କରାଯାଉଛି କି ତାକୁ ନାବାଳକ ଭାବେ ଘୋଷଣା କରାଯାଉଛି ।
ମା’ଙ୍କ ଗୁହାରୀ କ୍ରମେ