ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜ୍ଞାନପୀଠ ପୁରସ୍କାରରେ ସମ୍ମାନିତ ହିନ୍ଦୀ ଜଗତର ଜଣାଶୁଣା ବର୍ଷିୟାନ ଲେଖିକା କୃଷ୍ଣା ସୋବତୀଙ୍କ ଶୁକ୍ରବାର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ ୯୩ ବର୍ଷ ବୟସ ହୋଇଥିଲା । ଦୀର୍ଘଦିନ ହେବ ସୋବିତୀ ରୋଗରେ ପୀଡିତ ଥିଲେ । ଆଜି ସକାଳୁ ଏକ ଘରୋଇ ହସ୍ପିଟାଲରେ ସେ ତାଙ୍କର ଶେଷ ନିଶ୍ୱାଷ ତ୍ୟାଗ କରିଛନ୍ତି ।
ସୋବତୀ ହିନ୍ଦୀ ଲେଖାରେ ନିର୍ମଳ ବର୍ମା ଏବଂ କୃଷ୍ଣ ବଳଦେବ ବୈଦ ଭଳି ଉପନ୍ୟାସକାରୀଙ୍କ ସମକାଳୀନ ଥିଲେ । ତାଙ୍କର ଏକ ମହାକାବ୍ୟାତ୍ମକ ନୋବେଲ ରହିଛି । ଯାହାର ନାଁ ରହିଛି ‘ଜିନ୍ଦେଗୀନାମା’ ।
କୃଷ୍ଣ ସୋବତୀଙ୍କ ଜନ୍ମ ଗୁଜୁରାଟରେ ହୋଇଥିଲା । ଯିଏ ଦେଶ ବିଭାଜନ ହେବା ପରେ ପାକିସ୍ତାନ ପଳେଇଲେ । ତାଙ୍କର ଶେଷ ପୁସ୍ତକରେ ‘ଗୁଜୁରାଟ ପାକିସ୍ତାନ ରୁ ଗୁଜୁରାଟ ହିନ୍ଦୁସ୍ତାନ ପର୍ଯ୍ୟନ୍ତ’, ‘ମୁକ୍ତିବୋଦ୍ଧ’, ‘ଲେଖକ ର ଜନତନ୍ତ୍ର’ ଏବଂ ‘ମାର୍ଫତ ଦିଲ୍ଲୀ’ ଆଦି ସାମିଲ ଅଛି ।
‘ଗୁଜୁରାଟ ପାକ୍ତିସ୍ତାନ ରୁ ଗୁଜୁରାଟ ହିନ୍ଦୁସ୍ତାନ ପର୍ଯ୍ୟନ୍ତ’ ରେ ସେ ବିଭାଜନ ଜାତନାରେ ନିଜର ଯୁବାବସ୍ଥାର ସଂଘର୍ଷର କାହାଣୀ ଦର୍ଶାଯାଇଛି । ଏହାସହିତ ସେ ଏହି ପୁସ୍ତକରେ ବିଭାଜନ ସମୟର ରାଜନୈତିକ ସ୍ଥିତି ସମ୍ପର୍କରେ ବର୍ଣ୍ଣନା କରିଛନ୍ତି ।
କୃଷ୍ଣ ସୋବତୀଙ୍କ କାଳଜୟୀ ଉପନ୍ୟାସ ମଧ୍ୟରେ ରହିଛି, ‘ସୂରଜମୁଖୀ ଅନେ୍ଧରେ କେ’, ‘ଦିଲୋଦାନିଶ’, ‘ଏ ଲଡକୀ’, ‘ସମୟ ସରଗମ’, ‘ଜୌନି ମେହରବାନ ସିଂହ’ , ‘ହମ ହସମତ’ ।