ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତା ଫେବୃଆରୀ ୨୮ ତାରିଖ ଦିନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଏନେଇ ଆଜି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ୨୮ ତାରିଖ ଦିନ ରାଜ୍ୟ ବିଜେପି ପକ୍ଷରୁ ସିଏଏକୁ ନେଇ ଆୟୋଜିତ ଏକ ସମର୍ଥନ ସଭାରେ ଯୋଗ ଦେବେ । ଏହି ସଭା ବରମୁଣ୍ଡା ପଡିଆରେ ଆୟୋଜିତ ହେଉଥିବା ବେଳେ ଏଥିରେ ପାଖାପାଖି ଏକ ଲକ୍ଷ ଲୋକେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।
ସେହିପରି ୨୯ ତାରିଖ ଦିନ ପୁରୀ ଶ୍ରୀମନ୍ଦିର ଓ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଦର୍ଶନ କରିବେ ଗୃହମନ୍ତ୍ରୀ ଅମିତ ଶାହା । ତେବେ ନାରଗରିକ ସଂଶୋଧନ ଆଇନ ଲୋକସଭାରେ ପାରିତ ହେବା ପରେ ସାରା ଦେଶରେ ଏହାକୁ ନେଇ ହିଂସା ଦେଖାଯାଇଥିଲା । ସିଏଏ ବିଷୟରେ ଲୋକ ମାନଙ୍କୁ ସଚେତନତା କରାଇବା ପାଇଁ ବିଜେପି ପକ୍ଷରୁ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ କରାଯାଉଛି । ପୂର୍ବରୁ ମଧ୍ୟ ବିଜେପି ପକ୍ଷରୁ ଏଭଲି ସଭା ରାଜ୍ୟର ବିଭିନ୍ନ ଯାଗାରେ ଆୟୋଜନ କରାଯାଇ ଲୋକ ମାନଙ୍କୁ ସଚେତନତା କରାଯାଇଛି ।