ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା ୩୧ ତାରିଖରେ ଓଡିଶା ଆସିପାରନ୍ତି କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହା । ପୂର୍ବାଞ୍ଚଳ ଜୋନାଲ କାଉନସିଲ ୨୪ ତମ ବୈଠକ ଭୁବନେଶ୍ୱରରେ ଅନୁଷ୍ଠିତ ହୋଇପାରେ । ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହି ବୈଠକରେ ଓଡିଶା ବିହାର ସମେତ ପଶ୍ଚିମବଙ୍ଗ ,ସିକିମ , ଝାଡଖଣ୍ଡ ରାଜ୍ୟର ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ମାନେ ଯୋଗଦେବେ । ଏହି ବୈଠକ ଭୁବନେଶ୍ୱର ଲୋକସେବା ଭବନ କନଭେନସନ ସେଣ୍ଟରରେ ହେବ ।
ଶେଷଥର ପୂର୍ବାଞ୍ଚଳ ଜୋନାଲ କାଉନସିଲ ବୈଠକ ୨୦୧୮ ମସିହାରେ କୋଲକାତା ଠାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ସିଏଏ , ଏନପିଆର ଏବଂ ଏନଆରସି , ଆତଙ୍କବାନ, ନକ୍ସଲବାଦ ଆଦ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହୋଇପାରେ । ଗୃହମନ୍ତ୍ରୀ ହେବା ପରେ ଅମିତ ଶାହା ପ୍ରଥମ ଥର ପାଇଁ ଓଡିଶା ଆସୁଥିବା ବେଳେ ତାଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।