ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସନ୍ଧ୍ୟାରେ ବିହାରର ମୁଖ୍ୟମନ୍ତ୍ରୀ ଭାବେ ସପ୍ତମ ଥର ଶପଥ ନେବେ ଜେଡିୟୁ ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିଶ କୁମାର । ସନ୍ଧ୍ୟ ସାଢେ ୪ଟାରେ ଶପଥ ଗ୍ରହଣ ସମାରୋହ ଆୟୋଜନ କରାଯାଇଛି । ଏଥିରେ ନୀତିଶ କୁମାର ଶପଥ ଗ୍ରହଣ କରିବେ । ତାଙ୍କ ସହିତ ଅନେକ ମନ୍ତ୍ରୀ ବି ଶପଥ ଗ୍ରହଣ କରିବେ । ଏହି ଶପଥ ଗ୍ରହଣ ଉତ୍ସବରେ ଗୃହମନ୍ତ୍ରୀ ଅମିତ୍ ଶାହା ସାମିଲ ହେବେ ।
ରିପୋର୍ଟ ମୁତାବକ, ଆଜି ଅପରାହ୍ନ ୧ ଟା ପରେ ସ୍ୱତନ୍ତ୍ର ବିମାନ ଯୋଗେ ପାଟନା ଆସିବେ ଅମିତ୍ ଶାହା । ତାଙ୍କ ସହିତ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ବିଏଲ ସନ୍ତୋଷ ବି ପାଟନା ଆସିବେ । ସେହିପରି ପୂର୍ବରୁ ବିଜେପିର ବିହାର ନିର୍ବାଚନ ପ୍ରଭାରୀ ଦେବେନ୍ଦ୍ର ଫଡନାବିସ୍ ଏବଂ ଭୂପେନ୍ଦ୍ର ଯାଦବ ପାଟନାରେ ଉପସ୍ଥିତ ଅଛନ୍ତି ।