ନୂଆଦିଲ୍ଲୀ (ଏଇଆର ବ୍ୟୁରୋ): ଗତ ସାତ ବର୍ଷ ମଧ୍ୟରେ ସୀମାରେ ଗୁଳିବର୍ଷା ଏବଂ ସିଜଫାୟର ଉଲ୍ଲଂଘନ କରାଯାଇଛି । ଏହି ସମ୍ବନ୍ଧରେ ଗୃହମନ୍ତ୍ରାଳୟ ପକ୍ଷରୁ ରିପୋର୍ଟ ଜାରି କରାଯାଇଛି । ରିପୋର୍ଟ ମୁତାବକ ଏହି ସାତ ବର୍ଷ ମଧ୍ୟରେ ସୀମା ଉଲ୍ଲଂଘନକୁ ନେଇ ୬୯୪୨ ଟି ମାମଲା ସାମ୍ନାକୁ ଆସିଛି । ଏହି ଘଟଣାରେ ୯୦ ଜଣ ସୁରକ୍ଷାକର୍ମୀ ସହିଦ ହୋଇଛନ୍ତି ଏବଂ ୪୫୪ ଆହତ ହୋଇଛନ୍ତି ।
ସୂଚାନା ଯୋଗ୍ୟ, ୨୦୧୩ ରୁ ଅଗଷ୍ଟ ୨୦୧୯ ମଧ୍ୟରେ ଜାମ୍ମୁ-କାଶ୍ମୀରର ଲାଇନ୍ ଅଫ୍ କଣ୍ଟ୍ରୋଲ ଏବଂ ଅନ୍ତରାଷ୍ଟ୍ରୀୟ ବର୍ଡରରେ ୬୯୪୨ କ୍ରସ ବର୍ଡର ଗୁଳିବର୍ଷଣ ଏବଂ ସିଜଫାୟର ଉଲ୍ଲଂଘନ ଭଳି ଘଟଣା ଘଟିଛି । ୨୦୧୩ ରୁ ଏପର୍ଯ୍ୟନ୍ତ ପାକିସ୍ତାନ ଦ୍ୱାରା ଅନ୍ତରାଷ୍ଟ୍ରୀୟ ସୀମାରେ କରାଯାଇଥିବା ହମଲା ଏବଂ ଗୁଳିବର୍ଷଣର ସୂଚନା ଭାରତ ସରକାର ଦ୍ୱାରା ଆକ୍ଟିଭିଷ୍ଟ ନୂତନ ଠାକୁର ମାଗିଥିଲେ ।
ଗୃହମନ୍ତ୍ରାଳୟର ଜନ ସୂଚନା ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ଏହି ସୂଚନାରେ କୁହାଯାଇଛି କି , ଏହି ଅବଧିରେ ସେନା ତଥା ସେନା ସୁରକ୍ଷା ବଳର ୯୦ ଜଣ ସୁରକ୍ଷା କର୍ମୀ ସହିଦ ହୋଇଥିବା ବେଳେ ୪୫୪ ଜଣ ଆହତ ହୋଇଛନ୍ତି । ସେହିଅନୁଯାୟୀ ୨୦୧୩ରେ ୩୪୭ ଟି ମାମଲା, ୨୦୧୪ ରେ ୫୮୩ ଟି ମାମଲା,୨୦୧୭ ରେ ୯୭୧ ଟି ମାମଲା,୨୦୧୮ରେ ୨୧୪୦ ଟି ମାମଲା ଏବଂ ୨୦୧୯ ଅଗଷ୍ଟ ପର୍ଯ୍ୟନ୍ତ ୨୦୪୭ ଟି ମାମଲା ସାମ୍ନାକୁ ଆସିଥିଲା ।
ସୁରକ୍ଷାକର୍ମୀଙ୍କ ପାଇଁ ସବୁଠାରୁ ଖରାପ ବର୍ଷ ୨୦୧୮ ରହିଥିଲା । ଏଥିରେ ୨୯ ଯବାନ ସହିଦ ଏବଂ ୧୧୬ ଜଣ ଆହତ ହୋଇଥିଲେ ।