ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭୁଲବସତଃ ପାକିସ୍ତାନରେ ଭାରତର ମିସାଇଲ ପଡିବା ପ୍ରସଙ୍ଗରେ ଆଜି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବିବୃତ୍ତି ରଖିଛନ୍ତି ।
ସେ କହିଛନ୍ତି କି, ଗତ ମାର୍ଚ୍ଚ ୯ ରେ ଘଟିଥିବା ଘଟଣା ବିଷୟରେ ମୁଁ ଅବଗତ କରାଉଛି ଯେ, ଯାଞ୍ଚ ସମୟରେ ଏହା କେବଳ ମାତ୍ର ଆକସ୍ମିକ କ୍ଷେପଣାସ୍ତ୍ର । କ୍ଷେପଣାସ୍ତ୍ର ୟୁନିଟରେ ନିତ୍ୟ ବ୍ୟବହାର୍ଯ୍ୟ ରକ୍ଷଣାବେକ୍ଷଣ ଏବଂ ଅନୁସନ୍ଧାନ ସମୟରେ ରାତି ପ୍ରାୟ ୭ ଟା ସମୟରେ ଦୁର୍ଘଟଣାଗ୍ରସ୍ତ ଭାବରେ ଏକ କ୍ଷେପଣାସ୍ତ୍ର ଉତକ୍ଷେପଣ ହୋଇଯାଇଥିଲା । ପରେ ଜାଣିବାକୁ ମିଳିଥିଲା କି ପାକିସ୍ତାନ ଅଞ୍ଚଳରେ ପଡିଛି କ୍ଷେପଣାସ୍ତ୍ର । ଏହା ଏକ ଦୁଃଖଦାୟକ ଘଟଣା । କିନ୍ତୁ ଆଶ୍ୱସ୍ତିକର ବିଷୟ ହେଉଛି ଏହି ଦୁର୍ଘଟଣାରେ କୌଣସି କ୍ଷତି ହୋଇନାହିଁ ।
ଏହି ପ୍ରସଙ୍ଗକୁ ଅତି ଗୁରୁତ୍ୱର ସହ ନେଇଛନ୍ତି ଭାରତ ସରକାର । ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଏକ ସରକାରୀ ନିର୍ଦ୍ଦେଶ ଦିଆଯାଇଛି । ଅନୁସନ୍ଧାନ ପରେ ଜଣାପଡିବ ଦୁର୍ଘଟଣାର ପ୍ରକୃତ କାରଣ ।