ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏଣିକି ହ୍ୱାଟ୍ସଆପ୍ ରେ କରିପାରିବେ କ୍ୟାବ୍ ବୁକିଂ । ଏହି ସୁବିଧା ଏବେ ହ୍ୱାଟ୍ସଆପରେ ଉପଲବ୍ଧ ହେବାକୁ ଯାଉଛି । ଉବର ରାଇଡ୍ କୁ ଏବେ ହ୍ୱାଟ୍ସଆପ୍ ରେ ବୁକ୍ କରାଯାଇପାରିବ । କ୍ୟାବ କମ୍ପାନୀ ଉବର ଖୁବ୍ ଶୀଘ୍ର ଏହି ନୂତନ ଅପ୍ସନକୁ ହ୍ୱାଟ୍ସଆପ ପାଇଁ ରୋଲଆଉଟ କରିବ । ଏହି ନୂତନ କ୍ୟାବ ବୁକିଂ ସର୍ଭିସକୁ ଦିଲ୍ଲୀ ଏନସିଆର ପାଇଁ ଅଗଷ୍ଟ ପ୍ରଥମ ସପ୍ତାହରେ ଜାରି କରିବାର ପ୍ରସ୍ତୁତ କରାଯାଉଛି । ଏହି ଫିଚର ସର୍ବପ୍ରଥମେ ଗତବର୍ଷ ଡିସେମ୍ବରରେ ଲଖନଉରେ ଟେଷ୍ଟିଂ କରାଯାଇଥିଲା । ଯଦି ଏହି ପ୍ରଯୋଗ ସଫଳ ପ୍ରମାଣିତ ହୁଏ ତେବେ ଏହାପରେ ଆପଣଙ୍କୁ ଉବର ଆପ୍ କୁ ଡାଉନଲୋଡ କରିବାର ଆବଶ୍ୟକତା ପଡିବ ନାହିଁ । ଆପଣ ହ୍ୱାଟ୍ସଆପ ଜରିଆରେ କ୍ୟାବ ବୁକିଂ କରିପାରିବେ ।
ଉବର ମୁତାବକ, ହ୍ୱାଟ୍ସଆପରେ କ୍ୟାବ ବୁକିଂ କରିବା ଦ୍ୱାରା ୟୁଜର୍ସ ସମାନ ସୁବିଧା ଯୋଗାଇ ଦିଆଯିବ ଯେଉଁଭଳି ଭାବେ ଉବର ଆପ୍ ରେ ବୁକ୍ କରିବାରେ ମିଳୁଥିଲା । ହ୍ୱାଟ୍ସଆପରେ କ୍ୟାବ ବୁକ୍ କରିବା ଦ୍ୱାରା ମଧ୍ୟ ୟୁଜର୍ସଙ୍କୁ ରାଇଡରଙ୍କ ନାଁ ଏବଂ ଲାଇସେଂସ ଭଳି ସୂଚନା ଦିଆଯିବ । ଏହାସହିତ ଡ୍ରାଇଭରକୁ ପିକଅପ ପଏଣ୍ଟର ଲୋକେସନକୁ ପଠାଇ ଦିଆଯିବ । ଡ୍ରାଇଭର ସହ କଥା ହେବା ସମୟରେ ୟୁଜର୍ସଙ୍କ ପରିଚୟକୁ ଗୋପନ ରଖାଯିବ । ଏହାର ଅର୍ଥ ୟୁଜର୍ସଙ୍କ ହ୍ୱାଟ୍ସଆପ ନଂ ଦେଖିପାରିବେନି ଡ୍ରାଇଭର ।
କିଭଳି ହ୍ୱାଟ୍ସଆପରେ କରିବେ ଉବର ର ଯାତ୍ରା:
– ଆପଣଙ୍କୁ ଆପଣଙ୍କ ହ୍ୱାଟ୍ସଆପରେ +୯୧ ୭୨୯୨୦୦୦୦୦୨ ନମ୍ବରରେ ହାଏ’ ଲେଖିକି ମେସେଜ କରିବାକୁ ହେବ ।
– ମେସେଜ କରିବା ପରେ ଆପଣଙ୍କୁ ଚାଟବାଟ ରେ ପିକଅପ୍ ଏବଂ ଡ୍ରପ ଲୋକେସନ ପଚାରାଯିବ ।
– ଲୋକେସନ ବିଷୟରେ ସୂଚନା ଦେବା ପରେ ଆପଣଙ୍କୁ ରାଇଡ ୍ର ସୂଚନା ଦିଆଯିବ । ଯେଉଁଥିରେ ଭଡା, ଡ୍ରାଇଭର ଆସିବର ସମୟ ଜଣାପଡିବ ।
– ଆପଣ ଓକେ କରିବା ପରେ ଡ୍ରାଇଭରର ତଥ୍ୟ ଏବଂ ଓଟିପି ପଠାଯିବ ।
– ଏହାପରେ ଆପଣ ଓଟିପି ଦେଇ ରାଇଡ ଆରମ୍ଭ କରିପାରିବେ ।