ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବର୍ତ୍ତମାନର ସବୁଠୁ ଲୋକପ୍ରିୟ ଆପ୍ ହେଉଛି ହ୍ୱାଟ୍ସଆପ୍ । ଏଥିରେ ଯେ କେବଳ ସଂପର୍କୀୟଙ୍କ ସହ ଯୋଡି ହୋଇ ରହୁଛୁ ତାହା ନୁହେଁ ବରଂ ହ୍ୱାଟ୍ସଆପର ନୂତନ ଅପଡେଟ ଜରିଆରେ ଅନଲାଇନ ପେମେଣ୍ଟ ମଧ୍ୟ ହୋଇପାରୁଛି । ସେହିପରି ହ୍ୱାଟ୍ସଆପ ତାର ଗ୍ରାହକକୁ ଚାଟ୍, ଭଏସ କଲ, ଭିଡିଓ କଲ ବ୍ୟତିତ ଅନ୍ୟ ସୁବିଧା ମଧ୍ୟ ଯୋଗାଇଥାଏ । ଏହି ସମସ୍ତ ସୁବିଧା ସହିତ ହ୍ୱାଟ୍ସଆପ୍ , ସରକାରୀ ସେବା ଏବଂ ଜିଓମାର୍ଟ, ଆଇଆରସିଟିସି ଏବଂ ଓବର ସୁବିଧା ମଧ୍ୟ ଯୋଗାଇଥାଏ । ସେହିପରି ଯଦି ଏସବିଆଇରେ ଆପଣଙ୍କର ଆକାଉଣ୍ଟ ଅଛି ଏବଂ ଅନଲାଇନ୍ ରେ ଏହାର ସେବା ନେବାକୁ ଚାହୁଁଛନ୍ତି ତେବେ ଆପଣ ଏବେ ହ୍ୱାଟ୍ସଆପରେ ମଧ୍ୟ ଏସବିଆଇ ସର୍ଭିସ ର ଲାଭ ଉଠାଇ ପାରିବେ । ତେବେ ଆସନ୍ତୁ ଜାଣିବା ଏହାର ଫାଇଦା ବିଷୟରେ..
ଆପଣ ଏବେ ଆପଣଙ୍କର ଏସବିଆଇ ବ୍ୟାଙ୍କ ଆକାଉଣ୍ଟର ବାଲାନ୍ସ ର ସୂଚନା ହ୍ୱାଟ୍ସଆପ ଜରିଆରେ ପାଇପାରିବେ । ଏହାସହିତ ମିନି ଷ୍ଟେଟମେଣ୍ଟ ମଧ୍ୟ ପାଇ ପାରିବେ ।
ହ୍ୱାଟ୍ସଆପରେ ବ୍ୟାଙ୍କିଂ ସର୍ଭିସ ଚାଲୁ କରିବା ପାଇଁ ଆପଣଙ୍କୁ ଏସବିଆଇ ଆକାଉଣ୍ଟରୁ ରେଜିଷ୍ଟ୍ରେସନ କରିବାକୁ ହେବ । ସେଥିପାଇଁ ଆପଣଙ୍କୁ ହ୍ୱାଟ୍ସଆପରୁ ୭୨୦୮୯୩୩୧୪୮ ରେ ନିଜ ପଞ୍ଜିକୃତ ମୋବାଇଲ ନଂ ରୁ WAREG A/C No ଲେଖି ଏସଏମଏସ କରିବାକୁ ହେବ । ଏହାପରେ ସେହି ନମ୍ବରରେ ରେଜିଷ୍ଟ୍ରେସନ କନଫର୍ମ ପାଇଁ ଏକ ମେସେଜ ଆସିବ । ମେସେଜ ରିସିଭ ହେବା ପରେ ଆପଣଙ୍କୁ ହ୍ୱାଟ୍ସଆପରୁ ୯୦୨୨୬୯୦୨୨୬ ନଂ ରେ ହାଏ ହାଲୋ ମେସେଜ କରିବାକୁ ହେବ । ଏହାପରେ ଆପଣଙ୍କୁ ଏକ ମେସେଜ ଆସିବ । ଯେଉଁଥିରୁ ଆପଣଙ୍କୁ ସେହି ସେବା ଚୟନ କରିବାକୁ ହେବ ଯାହାକୁ ଆପଣ ଚାଲୁ କରିବାକୁ ଚାହୁଁଛନ୍ତି । ଏହାସହିତ ଆପଣ ଯେକୌଣସି ସମୟରେ ମଧ୍ୟ ଏସବିଆଇ ହ୍ୱାଟ୍ସଆପ ବ୍ୟାଙ୍କିଂକୁ ଡିସକଣ୍ଟିନ୍ୟୁ କରିପାରିବେ ।