ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ) ; ଯୁଗ ଯେଉଁଭଳି ଭାବେ ଅଗ୍ରଗତି କରୁଛି ସେହି ଅନୁପାତରେ ଯଦି ପିଲାର ମସ୍ତିସ୍କ ଅଗ୍ରଗତି କରୁଛି ତେବେ ଏହା ପିଲାର ଭବିଷ୍ୱତ ପାଇଁ ଭଲ । ହେଲେ ଆଉ ଏକ କଥା ମଧ୍ୟ ସତ୍ୟ ଅତିରୁ ଇତି ହେଲେ ତାହା ସମସ୍ତଙ୍କ ପାଇଁ କ୍ଷତି କାରକ । ଏବେ ସାଧାରଣ ତ ପିଲାମାନେ ଅତି କମ ବୟସରୁ ଇଣ୍ଟରନେଟ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି । ତେବେ ଆଉ କେତେକ କ୍ଷେତ୍ରରେ ମଧ୍ୟ ପିଲାମାନେ ବିନା ଇଣ୍ଟରନେଟରେ ଆଉ ଗୋଟିଏ ମୁହୁର୍ତ୍ତ ବି ବଞ୍ଚି ପାରୁ ନାହାନ୍ତି । ଯାହା ପିଲାମାନଙ୍କ ପାଇଁ ଅଧିକ ଖରାପ । ଏହି ପ୍ରସଙ୍ଗକୁ ନେଇ ଦିଲ୍ଲୀ ବାଲ ଅଧିକାର ସଂରକ୍ଷଣ ଆୟୋଗ ପକ୍ଷରୁ ଏକ କର୍ମଶାଳା ଆୟୋଜିତ ହୋଇଥିଲା ।
ଯେଉଁଥିରେ ଏନେଇ ପୁନଃଖାନୁ ପୁଖିକ ଆଲୋଚନା ହୋଇଥିଲା । ଏହା ଶିକ୍ଷକ ମାନଙ୍କ ପାଇଁ ଆୟୋଜିତ ହୋଇଥିଲା । ଏଥିରେ ଯୋଗ ଦେଇଥିବା ବିଶେଷଜ୍ଞଙ୍କ କହିବା କଥା ଏହି କର୍ମାଶାଳା ଅଭିଭାବକଙ୍କ ପାଇଁ ବେଶ ଉପାଦେୟ ହେବ । ପିଲା ମାନେ ଇଣ୍ଟର ନେଟ ଆଡିକ୍ଟେଡ କେମିତି ଜାଣିବା ? ଏହାର କାରଣ କଣ ? ଏମିତି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । ତେବେ ଆସନ୍ତୁ ଜାଣିବା ଏମିତି କିଛି ଲକ୍ଷଣ
୧- ବିଶ୍ୱାସ ଭାଜନ ନହେବା
୨- ଅପରାଧିକ କାର୍ଯ୍ୟ କଳାପ
୩- ବ୍ୟତିବ୍ୟସ୍ତ ହେବା
୪- ଇଣ୍ଟରନେଟ ବ୍ୟବହାର ସମୟରେ ଅଧିକ ଆନନ୍ଦିତ ହେବା
୫- ନିୟମିତ କାର୍ଯ୍ୟରେ ମନ ନଲାଗିବା
୬- କାନ୍ଧ ଏବଂ ପିଠିରେ ଯନ୍ତ୍ରଣା
୭- ମୁଣ୍ଡ ବିନ୍ଧା
୮- ନିଦ ନଆସିବା
୯- ଆଖି ପୋଡା ଜଳା କରିବା
୧୦- ଚିନ୍ତାମଗ୍ନ ରହିବା