ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଯଦି ଆପଣଙ୍କ ନିକଟରେ ଏକାଧିକ ମୋବାଇଲ ନଂ ରହିଛି ଏବଂ ଆପଣ ଅନେକ ଥର ଆପଣଙ୍କ ମୋବାଇଲ ନମ୍ବର ଚେଞ୍ଜ କରିସାରିଛନ୍ତି । ତେବେ ଆପଣଙ୍କ ପାଇଁ ଏହି ଖବର ଜାଣିବା ନିହାତି ଆବଶ୍ୟକ । ଯଦି ଆପଣ ଆଧାର କାର୍ଡରେ କେଉଁ ନଂ ଲିଙ୍କ କରିଛନ୍ତି ତାହା ଆପଣଙ୍କର ମନେ ନାହିଁ । ତେବେ ସେଥିପାଇଁ ଚିନ୍ତିତ ହୁଅନ୍ତୁନି । ଆଜି ଆମେ ଆପଣଙ୍କୁ କହିବୁ କି କିଭଳି ଜାଣିବେ ଆପଣଙ୍କ କେଉଁ ନମ୍ବର ଆଧାର କାର୍ଡରେ ଦିଆ ହୋଇଛି । ଏହାସହିତ ଆପଣଙ୍କ ନମ୍ବର ଆଧାର ସହ ଲିଙ୍ଗ ହୋଇଛି କି ନାହିଁ ତାହା ମଧ୍ୟ ଆପଣ ଜାଣି ପାରିବେ ।
ଏଭଳି ଲଗାନ୍ତୁ ପତା:
– ୟୁଆଇଡିଏଆଇ ର ୱେବସାଇଟ https://uidai.gov.in କୁ ଯାଆନ୍ତୁ ।
– ମାଇଁ ଆଧାରକୁ ଯାଆନ୍ତୁ । ଏଠାରେ ଆଧାର ସର୍ଭିସେସ ର ଅପ୍ସନ ନଜରକୁ ଆସିବ ।
– ଆଧାର ସର୍ଭିସେସ ର ପ୍ରଥମ ଅପ୍ସନ ଥିବ ଭେରିଫାଇ ଆନ୍ ଆଧାର ନମ୍ବର
– ଏହାପରେ କ୍ଲିକ କରିବା ଦ୍ୱାରା ଏକ ନୂତନ ୱିଣ୍ଡ ଖୋଲିବ । ଏଠାରେ ଆପଣଙ୍କ ଆଧାର ନମ୍ବର ଏବଂ କ୍ୟାପ୍ଚା ଦିଅନ୍ତୁ ।
– ଏହାପରେ ପ୍ରୋସିଡ ଟୁ ଭେରିଫାଇ ରେ କ୍ଲିକ କରନ୍ତୁ ।
– ଏହାପରେ ଆପଣଙ୍କୁ ଆପଣଙ୍କ ଆଧାରର ଏକ ଷ୍ଟାଟସ ନଜର ଆସିବ ।
– ଯଦି ଆପଣଙ୍କ ଆଧାରରେ କୌଣସି ନମ୍ବର ଲିଙ୍କ ହୋଇନଥିବ ତେବେ ସେଠାରେ କିଛି ଲେଖା ଆସିବ ନାହିଁ । ଏହାର ଅର୍ଥ ଆପଣଙ୍କ ଆଧାରରେ କୌଣସି ନମ୍ବର ଲିଙ୍କ ନାହିଁ ।
– ଯଦି ଆପଣଙ୍କ ଆଧାର ସହ କୌଣସି ନମ୍ବର ଲିଙ୍କ ହୋଇଥିବ ତେବେ ଏଠାରେ ସେହି ନମ୍ବରର ଶେଷ ତିନୋଟି ଡିଜିଟ ନଜର ଆସିବ ।
– ଏହାପରେ ଆପଣ ଜାଣିପାରିବେ କି ଆପଣଙ୍କ ଆଧାରରେ କେଉଁ ନମ୍ବର ଲିଙ୍କ ହୋଇଛି ।
କିଭଳି କରିବେ ଆଧାରକାର୍ଡ ଡାଉନଲୋଡ:
ଆଧାରକାର୍ଡ ଡାଉନଲୋଡ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ https://eaadhaar.uidai.gov.in କୁ ଯାଆନ୍ତୁ । ଏଠାରେ ଏନରୋଲମେଣ୍ଟ ଆଇଡି ବା ଆଧାର ନମ୍ବରର ଅପ୍ସନ ଚୟନ କରନ୍ତୁ । ଯଦି ଆପଣ ଏନରୋଲମେଣ୍ଟ ଆଇଡି ଚୟନ କରିଥିବେ କରିଥିବେ ତେବେ ଆପଣଙ୍କୁ ଆଧାରର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ହେବ । ଉଦାହରଣସ୍ୱରୂପ ୨୮ ଅଙ୍କ ବିଶିଷ୍ଟ ଏନରୋଲମେଣ୍ଟ ନମ୍ବର ବା ଆକ୍ନୋଲେଜମେଣ୍ଟ ନମ୍ବର, ପିନ କୋଡ, ନାମ, କ୍ୟାପ୍ଚା କୋଡ ଦିଅନ୍ତୁ । ସେହିପରି ଯଦି ଆଧାର ଅପ୍ସନ ଚୟନ କରିଥିବେ ତେବେ ୧୨ ଅଙ୍କ ବିଶିଷ୍ଟ ନମ୍ବର ଦେବାକୁ ହେବ । ଏଭଳି କରିବା ଦ୍ୱାରା ଆପଣଙ୍କ ଆଧାରର ରେଜିଷ୍ଟର୍ଡ ମୋବାଇଲ ନମ୍ବରରେ ଏକ ଓଟିପି ଆସିବ । ଏହାପରେ କିଛି ପ୍ରଶ୍ନର ଉତ୍ତର ଦେବା ପରେ ଭେରିଫାଇ ଏବଂ ଡାଉନଲୋଡ ଉପରେ କ୍ଲିକ କରନ୍ତୁ । ଏହାପରେ ଆପଣଙ୍କ ଆଧାରକାର୍ଡ ଡାଉନଲୋଡ ହୋଇଯିବ ।