ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆପଣଙ୍କର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମଧ୍ୟରେ ଅନ୍ୟତମ ହେଉଛି ଆଧାରକାର୍ଡ । ଆଜିକାଲି ବିନା ଆଧାରକାର୍ଡରେ କୌଣସି କାମ ସମ୍ଭବ ନୁହେଁ । ବ୍ୟାଙ୍କ ଠାରୁ ଆରମ୍ଭ କରି ଗ୍ୟାସ ସିଲିଣ୍ଡର ବୁକିଂ କରିବା ପର୍ଯ୍ୟନ୍ତ,ସବୁଥିରେ ଆଧାରକାର୍ଡର ଆବଶ୍ୟକତା ପଡିଥାଏ । କିନ୍ତୁ ଯେଉଁ ଫୋନ ନମ୍ବର ଆଧାରକାର୍ଡରେ ଅପଡେଟ ହୋଇଥାଏ ବେେଳେବେଳେ କୌଣସି କାରଣ ବସତଃ ଉକ୍ତ ନମ୍ବରଟି ବନ୍ଦ ହୋଇ ଯାଇଥାଏ । ସେଥିପାଇଁ ଆଧାରକାର୍ଡ ଆଉ ଏକ ଫୋନ ନମ୍ବର କିଭଳି ଅପଡେଟ କରିବେ ସେନେଇ ଚିନ୍ତିତ ହୋଇଥାନ୍ତି । ଏନେଇ ଚିନ୍ତିତ ନହୋଇ ଆସନ୍ତୁ ଜାଣିବା ଆଧାରକାର୍ଡରେ କିଭଳି ମୋବାଇଲ ନମ୍ବର ଅପଡେଟ କରିବେ ।
ପ୍ରଥମେ ଆପଣ ଆଧାର ଏନରୋଲମେଣ୍ଟ/ ଅପଡେଟ ସେଣ୍ଟରକୁ ଯାଆନ୍ତୁ । ଏହାପରେ ଆଧାରକାର୍ଡ ଅପଡେଟ ଫର୍ମ ଭରନ୍ତୁ । ଆପଣ ଯେଉଁ ଫୋନ ନମ୍ବର ଅପଡେଟ କରିବାକୁ ଚାହୁଁଛନ୍ତି ସେହି ନମ୍ବର ଦିଅନ୍ତୁ । ଏହାପରେ ଫର୍ମ ଜମା କରିଦିଅନ୍ତୁ ଏବଂ ପ୍ରମାଣିକରଣ ପାଇଁ ଆପଣଙ୍କ ବାୟୋମେଟ୍ରିକ ଦିଅନ୍ତୁ । ଏହାପରେ ଆପଣଙ୍କୁ ଏକ ରସିଦ ମିଳିବ, ଯେଉଁଥିରେ ଅପଡେଟ ରିକ୍ୟୁଷ୍ଟ ନମ୍ବର (ୟୁଆରଏନ) ଥିବ । ଏହି ୟୁଆରଏନକୁ ବ୍ୟବହାର କରି ଆଧାର ଅପଡେଶନ ଷ୍ଟାଟସ ଟ୍ରାକ କରାଯାଇ ପାରିବ ।
ଆଧାରରେ ମୋବାଇଲ ନମ୍ବର ଅପଡେଟ କରିବା ପରେ ଆପଣଙ୍କୁ ଆଉ ଏକ ଆଧାରକାର୍ଡ ନେବାର ଆବଶ୍ୟକତା ନାହିଁ । ଆପଣଙ୍କ ମୋବାଇଲ ନମ୍ବର ଆଧାର ସହିତ ରେଜିଷ୍ଟର ହୋଇଗଲା ମାତ୍ରେ ହିଁ ଆପଣଙ୍କ ନମ୍ବରକୁ ଆଧାରର ଏକ ଓଟିପିି ନମ୍ବର ଆସିବ । ଅନ୍ୟପଟେ ଆପଣ ୟୁଏଡିଏଆଇ ର ଟୋଲ ଫ୍ରି ନମ୍ବର୧୯୪୭ ରେ କଲ କରି ବି ଆଧାରର ଅପଡେଟ ଷ୍ଟାଟସ ଜାଣିପାରିବେ ।