ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଓଡିଆ ପୁଅ ମାନେ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଅଛନ୍ତି । ତେବେ ଆଉ ଜଣେ ଓଡିଆ ପୁଅଙ୍କୁ କେନ୍ଦ୍ର ସରକାର ଗୁରୁଦାୟିତ୍ୱ ଦେଇଛନ୍ତି । ସେ ହେଲେ ଅବସର ପ୍ରାପ୍ତ ଆଇଏଏସ ଅଫିସର ହୃଷୀକେଶ ପଣ୍ଡା । ହୃଷୀକେଶ ହେଉଛନ୍ତି ୧୯୭୯ ବ୍ୟାଚର ଆଇଏଏସ ଅଫିସର । ହୃଷୀକେଶଙ୍କୁ ଆଦିବାସୀ ମନ୍ତ୍ରଣାଳୟ ଏକ୍ସପର୍ଟ ପ୍ୟାନେଲର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି ।
ଏହି ପ୍ୟାନେଲ ଜଙ୍ଗଲ ଅଧିକାର ଆଇନର ବିଭିନ୍ନ ଦିଗରେ କାର୍ଯ୍ୟ କରିବ । ଏହା ସହ ପର୍ଟିକୁଲାର୍ଲି ଭନରେବଲ ଟ୍ରାଇବାଲ ଗ୍ରୁପ(ପିଭିଟିଜି) ବର୍ଗର ଜଙ୍ଗଲ ଅଧିକାର, ଯାଯାବର ଜୀବନଯାପନ କରୁଥିବା ଏବଂ ଖାଦ୍ୟ ସରିଗଲେ ଅନ୍ୟତ୍ର ସ୍ଥାନ୍ତାନ୍ତରିତ ହେଉଥିବା ସମ୍ପ୍ରଦାୟଙ୍କ ସମସ୍ୟା, ତାହାର ସମାଧାନ ଏବଂ ଅଧିକାର ଉପରେ ପ୍ୟାନେଲ କାର୍ୟ୍ୟ କରିବ। ଏହି ପ୍ୟାନେଲ ତିନି ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବ।