ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): କରୋନା କବଳରୁ ମୁକୁଳିବା ପାଇଁ ଏବେ ଗୋଟିଏ ମାତ୍ର ମାଧ୍ୟମ ହେଲା କରୋନାକୁ ନଷ୍ଟ କରୁଥିବା ଭଳି ଗୋଟିଏ ସଫଳ ଭ୍ୟାକସିନ । କରୋନା ଭ୍ୟାକସିନ ନିର୍ମାଣ କରିବାରେ ଏବେ ଲାଗି ପଡିଛନ୍ତି ବୂିଶ୍ୱର ବହୁ ବଡବଡ ଦେଶ । ଏଇ ନିକଟରେ ଋଷ କରୋନା ଟିକା ନିର୍ମାଣ କରିଥିବା ଦାବି କରିଛି । ଏହି ଟିକା ଖୋଦ ଋଷ ରାଷ୍ଟ୍ରପତିଙ୍କ ଝିଅକୁ ଦିଆଯାଇଛି ।
ସେହିଭଳି ଭାରତ ମଧ୍ୟ ନିଜ ସ୍ୱଦେଶୀ ଜ୍ଞାନ କୌଶଳରେ ଟୀକା ପ୍ରସ୍ତୁତ କରୁଛି । ଭାରତ ଦ୍ୱାରା ନିର୍ମାଣ ହୋଇଥିବା କୋଭାକ୍ସିନ ଟିକାର ପ୍ରଥମ ପର୍ଯ୍ୟାୟ ମାନବ ପରୀକ୍ଷଣ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ମାନବ ପରୀକ୍ଷଣ ଆସନ୍ତା ସେପ୍ଟେମ୍ବର ମାସରେ ହେବ ବୋଲି ଜଣାପଡିଛି ।
ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟର ଫଳାପଳ ଖୁବ ଶୀଘ୍ର ଆସିପାରେ । ସେପଟେ ଋଷ ଦ୍ୱାରା ସ୍ତ୍ରସ୍ତୁତ ହୋଇଥିବା ଟିକା ସଫଳ ଭାବେ ପରୀକ୍ଷଣ ହୋଇନଥିବା ଅଭିଯୋଗ ହୋଇଛି । ଆମେରିକା ଓ ବ୍ରିଟେନ ସମେତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାର ସତ୍ୟତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।
ସେହିଭଳି ଏହି ମାମଲାରେ ଋଷର ଜଣେ ଶ୍ୱାସ ରୋଗ ବିଶେଷଜ୍ଞ ଡାକ୍ତର ଭ୍ୟାକସିନ ତିଆରି ପ୍ରକ୍ରିୟାକୁ ବିରୋଧ କରି ଇସ୍ତଫା ଦେଇଛନ୍ତି । ଡାକ୍ତର ଆଲେକ୍ସାଣ୍ଡର୍ କୁଶଲିନ୍ ଏବେ ଇସ୍ତପା ଦେଇଛନ୍ତି । ସେ ପ୍ରଶ୍ନ ଉଠାଇ କହିଛନ୍ତି ଯେ ଭ୍ୟାକସିନ ତିଆରିରେ ମେଡିକାଲ ଏଥିକ୍ସର ଉଳ୍ଲଘଂନ କରାଯାଇଛି ।
ଏମିତିକି ରାଜନୈତିକ ଚାପ ଯୋଗୁ ଭ୍ୟାକସିନର ପରୀକ୍ଷଣ ମଧ୍ୟ ଠିକ ହୋଇନାହିଁ । ତରବରିଆ ଭାବେ ଭ୍ୟାକସିନ ପ୍ରସ୍ତୁତ କରାଯାଇଛି । ଯାହାକୁ ବିରୋଧ କରି ଡାକ୍ତର ଆଲେକ୍ସାଣ୍ଡର କୁଶଲିନ ମେଡିକାଲ କାଉନସିଲରୁ ଇସ୍ତଫା ଦେଇଛନ୍ତି । ଡାକ୍ତର କୁଶଲିନ ହେଉଛନ୍ତି ଋଷର ୧୦ ଜଣ ଟପ ଡାକ୍ତରଙ୍କ ମଧ୍ୟରୁ ଜଣେ ।