ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୁର୍ଘଟଣାର ଶିକାର ହୋଇଛି ଭାରତୀୟ ବାୟୁସେନାର ମିଗ୍-୨୧ ବିମାନ । ଏନେଇ ବାୟୁସେନା ପକ୍ଷରୁ ଏକ ବୟାନ ଜାରି କରାଯାଇଛି । ଆଜି ସକାଳୁ ସେଣ୍ଟ୍ରାଲ ଇଣ୍ଡିଆରେ ଏକ ଏୟାରୱେସରୁ କମ୍ବେଟ ଟ୍ରେନିଂ ମିସନ ପାଇଁ ଉଡାଣ ଭରିବା ସମୟରେ ମିଗ୍ ୨୧ ମିବାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ ଏ ଗୁପ୍ତା ସହିଦ ହୋଇଛନ୍ତି । ଏହାସହିତ ଦୁର୍ଘଟଣାର କାରଣ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛି ବାୟୁସେନା ।
ଏନେଇ ଭାରତୀୟ ବାୟୁସେନା ପକ୍ଷରୁ କୁହାଯାଇଛି କି, ଏହି ଦୁଃଖଦ ଦୁର୍ଘଟଣାରେ ଭାରତୀୟ ସେନା ନିଜର ଗ୍ରୁପ କ୍ୟାପ୍ଟେନଙ୍କୁ ହରେଇଛି । ଭାରତୀୟ ବାୟୁସେନା ଗଭୀର ସମବେଦନା ବ୍ୟକ୍ତ କରୁଛି ଏବଂ ଏହି ଦୁଃଖଦ ସମୟରେ କ୍ୟାପ୍ଟେନଙ୍କ ପରିବାର ସହ ରହିଛି । ଏହାସହିତ ଦୁର୍ଘଟଣାର କାରଣ ଯାଞ୍ଚ ପାଇଁ କୋର୍ଟ ଅଫ ଇନକ୍ୱାରୀକୁ ଆଦେଶ ଦିଆଯାଇଛି ।