ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟ ସ୍ଥିତ ଜୈଶ-ଏ-ମୋହମ୍ମଦଙ୍କ ଆତଙ୍କୀ ଶିବିରି ଉପରେ ଏୟାର ଷ୍ଟ୍ରାଇକ ହମଲାକୁ ନେଇ ଏକ ବଡ ଖୁଲାସା ହୋଇଛି । ରିପୋର୍ଟ ମୁତାବକ ଏହି ହମଲାରେ ଜୈଶର ୪ଟି ଶିବିର ଉପରେ ଭାରତୀୟ ବାୟୁସେନା ଟାର୍ଗେଟ କରିଥିଲେ । ଯେଉଁଥିରେ ଜୈଶର ମଦରସା ତଲିମ-ଉଲ-କୁଲାମ ବି ସାମିଲ ଥିଲା । ପ୍ରକୃତରେ ହମଲାରେ କେତେ ଆତଙ୍କବାଦୀ ନିପାତ ହୋଇଛନ୍ତି ସେ ନେଇ ସଠିକ୍ ସୂଚନା ମିଳିପାରି ନାହିଁ ।
ଖବରମୁତାବକ, ଗୁଇନ୍ଦା ବିଭାଗ ନିକଟରେ ସିଂଥେଟିକ ଅପର୍ଚର ରାଡାର (ଏସଏଆର) ର ଫଟୋ ଅନୁଯାୟୀ ପ୍ରମାଣ ରହିଛି । ଯେଉଁଥିରେ ୪ଟି ବିଲ୍ଡିଂ ନଜରକୁ ଆସୁଛି । ପାଞ୍ଚଟି ଏସ୨୦୦୦ ପ୍ରିସିଜନ ଗାଇଡେଡ ମ୍ୟୁନିଶନ ଜରିଆରେ ବାୟୁସେନାର ଯୁଦ୍ଧ ବିମାନ ମିରାଜ ୨୦୦୦ ଟାର୍ଗେଟ କରିଥିଲା ।
ଏହି ବିଲ୍ଡଂ ମଦରସେ ର ପରିସରରେ ଥିଲା ଯାହାକୁ ଜୈଶ ସଂଚାଳିତ କରୁଥିଲା । ଏହା ସମ୍ପୂର୍ଣ୍ଣ ପାହାଡିଆ ଅଞ୍ଚଳରେ ଅବସ୍ଥିତ । ଯାହାକୁ ବାୟୁସେନା ପକ୍ଷରୁ ଟାର୍ଗେଟ କରାଯାଇଥିଲା । ଏହି ମାମଲାକୁ ନେଇ ପାକିସ୍ତାନ ସ୍ୱୀକାର କରିଛି କି ସେହି କ୍ଷେତ୍ରରେ ଭାରତ ପକ୍ଷରୁ ବୋମା ବର୍ଷା କରାଯାଇଥିଲା କିନ୍ତୁ ଆତଙ୍କୀ ଶିବିରକୁ ଟାର୍ଗେଟ କରାଯାଇଥିବା ତଥା କୌଣସି ପ୍ରକାର କ୍ଷତି ହୋଇଥିବା କଥାକୁ ସମ୍ପୂର୍ଣ୍ଣ ଟାଳି ଦେଇଛି ।
ଜଣେ ଅଧିକାରୀ କହିଛନ୍ତି କି, ‘ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନ ସେନା ମଦରସୋକୁ ସିଲ୍ କାହିଁକି କରିଛନ୍ତି? ସେମାନେ ମଦରସୋ ଭିତରକୁ ଯିବା ପାଇଁ ସାମ୍ବାଦିକଙ୍କୁ ଛାଡିଲେ ନାହିଁ କାହିଁକି? ଆମ ପାଖରେ ଥିବା ଏସଏଏଫ୍ ଫଟୋ ଅନୁଯାୟୀ ପ୍ରମାଣ ରହିଛି । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛିକି ସେହି ବିଲ୍ଡିଂଙ୍କୁ ଅତିଥି ଗୃହ ଭାବେ ବ୍ୟବହାର କରାଯାଉଥିଲା । ଯେଉଁଠି ମୌଲାନା ମସୁଦ ଅଜହରର ଭାଇ ରହୁଥିଲା । ଏହାବ୍ୟତିତ ମଦରସୋ ଅନ୍ୟ ତିନୋଟି ବିଲ୍ଡିଂ ଉପରେ ଏୟାର ଷ୍ଟ୍ରାଇକ ହୋଇଥିଲା ।’
ସେ ଆହୁରୀ ମଧ୍ୟ କହିଛନ୍ତି କି ଏହା ସବୁ ରାଜନୈତିକ ନେତୃତ୍ୱ ଉପରେ ନିର୍ଭର କରୁଛି,ସେମାନେ ଏହି ଫଟୋକୁ ଜାରି କରି ସାର୍ବଜନିକ କରିବାକୁ ଚାହୁଁଛନ୍ତି । ଏସଆର ଫଟୋ ସ୍ୟାଟେଲାଇଟ ଫଟୋ ଭଳି ସ୍ପଷ୍ଟ ନୁହେଁ ।
ଲକ୍ଷ୍ୟ ସ୍ଥଳରେ ପହଁଚିବା ପାଇଁ ବାୟୁସେନା ଏସ ୨୦୦୦ ବିଜିଏମ୍ ବ୍ୟବହାର କରିଥିଲେ । ସେନା ଅଧିକାରୀଙ୍କ କହିବାନୁଯାୟୀ ଏସ ୨୦୦୦ ଏକ ଜ୍ୟାମର ପ୍ରୁଫ୍ ବୋମା ,ଯାହା ଘନ ବାଦଲ ଥିବା ପରେ ବି ନିଜ କାମକୁ ସଫଳ କରିଥାଏ । ଏହା ପ୍ରଥମେ ଛାତ ଉପର ଦେଇ ବିଲ୍ଡିଂ ଭିତରକୁ ପ୍ରବେଶ କରିବା ପରେ ହିଁ ବ୍ଲାଷ୍ଟ ହୋଇଥାଏ ।