ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ ବାୟୁସେନାରେ ଆଜି ସ୍ୱଦେଶୀ ବିମାନ ତେଜସର ଦ୍ୱିତୀୟ ସ୍କ୍ୱାଡ୍ରନ୍ ସାମିଲ ହୋଇଛି । ଏହି ସ୍କ୍ୱାଡ୍ରନ୍ ର ନାଁ ଫ୍ଲାଇଙ୍ଗ ବୁଲେଟସ୍ ରଖାଯାଇଛି । ବାୟୁସେନା ପ୍ରମୁଖ ଏୟର ଚିଫ୍ ମାର୍ସଲ ଆରକେଏସ ଭଦୌରିୟା ସୁଲୁର ଏୟାରବେସ ରୁ ଏହାର ଶୁଭାରମ୍ଭ କରିବା ସହିତ ଏଥିରେ ନିଜେ ଉଡାଣ ଭରିଛନ୍ତି ।
ଦେଶର ବିକସିତ ଯୁଦ୍ଧ ବିମାନ ହେଉଛି ତେଜସ । ଏହା ବାୟୁସେନାରେ ସାମିଲ ହେବା ଦ୍ୱାରା ସେନାଙ୍କ ଶକ୍ତି ବୃଦ୍ଧି ହେବ ।
ସୂଚନାଯୋଗ୍ୟ, ଏୟର ଚିଫ୍ ମାର୍ସଲ ଆରକେଏସ ଭଦୌରିୟା ଏପର୍ଯ୍ୟନ୍ତ ରାଫେଲ ଯୁଦ୍ଧ ସମେତ ୨୮ରୁ ଅଧିକ ପ୍ରକାରର ଯୁଦ୍ଧ ଏବଂ ପରିବହନ ବିମାନ ଉଡାଇଛନ୍ତି । ସେ ଜଣେ ପ୍ରୟୋଗିକ ଟେଷ୍ଟ ପାଇଲଟ ହେବା ସହିତ କ୍ୟାଟ ଏ କ୍ୟାଟେଗୋରୀର କ୍ୱାଲିଫାଇଡ ଫ୍ଲାଇଙ୍ଗ ଇଂଷ୍ଟ୍ରକ୍ଟର ।