ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦେଶରେ ଏବେ କରୋନା ପାଇଁ ଚିନ୍ତା । ଏନେଇ ସରକାରଙ୍କ ପକ୍ଷରୁ ବାରମ୍ବାର ସାମାଜିକ ଦୁରତ୍ୱ ବଜାୟ ରଖିବା ପାଇଁ କୁହାଯାଉଛି । ଦୃତ ଗତିରେ ଏହି ଭାଇରସ ଏବେ ଭାରତରେ ବ୍ୟାପି ଚାଲିଛି । ଏହାକୁ ରୋକିବା ପାଇଁ ଆଜି ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଛି । ଇତିମଧ୍ୟରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର)ଏକ ନିଷ୍ପତି ନେଇ ପ୍ରାଇଭେଟ ଲ୍ୟାବ ଗୁଡିକୁ କିଛି ଗାଇଡଲାଇନ୍ ସହିତ କରୋନା ଭାଇରସକୁ ଯାଞ୍ଚ କରିବା ପାଇଁ ମଞ୍ଜୁରୀ ଦେଇଛି ।
ଦେଶରେ ବର୍ତ୍ତମାନ କେବଳ ସରକାରୀ ଲ୍ୟାବରେ କରୋନା ଟେଷ୍ଟ କରାଯାଉଥିଲା । ମାତ୍ର ଏବେ ଆଇସିଏମଆର ର ନିଷ୍ପତି କ୍ରମେ ପ୍ରାଇଭେଟ୍ ଲ୍ୟାବ୍ ରେ କରୋନା ଟେଷ୍ଟ କରାଯିବ । ଏଥିପାଇଁ ୪୫୦୦ ଟଙ୍କା ଦେବାକୁ ପଡିବ ।
ଏନେଇ ଆଇସିଏମଆର ପକ୍ଷରୁ କୁହାଯାଇଛି କି, ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ଘରୋଇ ଲ୍ୟାବ ଗୁଡିକ କରୋନା ଟେଷ୍ଟ କରିବେ । ବର୍ତ୍ତମାନ ଦେଶରେ ୧୧୧ ଟି ସରାକରୀ ଲ୍ୟାବ ରେ କରୋନା ଟେଷ୍ଟ କରାଯାଉଛି ।