ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏପର୍ଯ୍ୟନ୍ତ ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ୨ ଶହରୁ ଅଧିକ ଟପି ଗଲାଣି । ଏହି ଭାଇରସ ଦୃତ ଗତିରେ ବଢୁଥିବାର ଦେଖି ଏଥିରୁ ରକ୍ଷା ପାଇବା ପାଇଁ ଭାରତୀୟ ଆର୍ୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର) ପକ୍ଷରୁ ଯୋଜନାରେ ପରିବର୍ତ୍ତନ କରାଯାଇଛି । ଏନେଇ ଆଇସିଏମଆର ପକ୍ଷରୁ କୁହାଯାଇଛି କି ଯଦି କୌଣସି ବ୍ୟକ୍ତିଙ୍କୁ ଜ୍ୱର, ଥଣ୍ଡା, କାଶ ବା ଶ୍ୱାସ ସମ୍ବନ୍ଧୀୟ ସମସ୍ୟା ଅଛି ଏବଂ ସେମାନେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କର କୋଭିଡ୧୯ ସଂକ୍ରମଣ ପାଇଁ ଯାଞ୍ଚ କରାଯିବ ।
ଏହାସହିତ କରୋନାରେ ସଂକ୍ରମିତ ଥିବା କୌଣସି ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା କିମ୍ବା ଆପଣଙ୍କର ଠାରେ କରୋନାର କୌଣସି ଲକ୍ଷଣ ଦେଖିବା ପରେ ନିହାତି ଭାବେ କରୋନା ଟେଷ୍ଟ କରାନ୍ତୁ । କୌଣସି ସଂକ୍ରମତି ବ୍ୟକ୍ତିଙ୍କ ସଂଶ୍ପର୍ଷରେ ଆସିବାର ୫ ରୁ ୧୪ ଦିନ ମଧ୍ୟରେ କରୋନା ଟେଷ୍ଟ କରାନ୍ତୁ ।
ଚଳିତ ସପ୍ତାହରେ କରୋନା ଭାଇରସ ଦୃତ ଗତିରେ ବ୍ୟାପୁଥିବାର ଦେଖି ଆଇସିଏମଆର ନିଜ ରଣନୀତିରେ ଏଭଳି ପରିବର୍ତ୍ତନ କରିଛି । ଯୋଜନା ପରିବର୍ତ୍ତନ ମୁଖ୍ୟ ଲକ୍ଷ୍ୟ ହେଉଛି କରୋନା ଭାଇରସକୁ ରୋକିବା । ଗତ ୧୪ ଦିନରେ ବିଦେଶ ଯାତ୍ରାରୁ ଆସିଥିବା ଲୋକଙ୍କୁ ଟେଷ୍ଟ କରାଯାଇଥିଲା । ସେମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଦେଇଛି । ଏହାସହିତ ସେମାନଙ୍କ ସଂଶ୍ପର୍ଷରେ ଆସିଥିବା ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ବି ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି ।