ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମଙ୍ଗଳବାର ଦିନ ବସିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କ କ୍ୟାବିନେଟ ବୈଠକରେ ରେଳ ବିଭାଗ ନିମନ୍ତେ ଏକ ବଡ ଧରଣର ଅଦଳ ବଦଳ ନିଷ୍ପତି ନିଆଯାଇଛି । ରେଳ ବିଭାଗରେ ବର୍ଷବର୍ଷ ଧରି ଚାଲୁରହିଥିବା ପରମ୍ପରାରେ ରୋକ ଲଗାଇଲେ ମୋଦି ସରକାର । ତୃଣମୂଳ ସ୍ତରରେ ରେଳ ସେବା ପହଞ୍ଚାଇବା ପାଇଁ ସରକାର ଉପୁଜୁଥିବା ଚିରାଚରିତ ବାଧା ଉପରେ ରୋକ ଲଗାଇଛନ୍ତି । ପୂର୍ବରୁ ରେଲୱେ ବୋର୍ଡର ପରିବର୍ତ୍ତନ ପାଇଁ ସରକାରଙ୍କ ଦ୍ୱାରା ଗଠନ ଏକ କମିଟି ଏନେଇ ପ୍ରସ୍ତାବ ଦେଇଥିଲେ । ସରକାର ଦେଇଥିବା ନିଷ୍ପତ୍ତି ଅନୁଯାଇ ଏବେ ରେଳ ବୋର୍ଡରେ ୫ଜଣ ସଦସ୍ୟ ରହିବେ । ଏବେ ଗୋଟିଏ ଶ୍ରେଣୀ ବା କ୍ୟାଡର ୮ଟି ଅଲଗା ଅଲଗା ଶ୍ରେଣୀ ରହିବ ।
ତେବେ ଏହାର ନା’ ଇଣ୍ଡିଆନ ରେଲୱେ ମ୍ୟାନେଜମେଣ୍ଟ ସର୍ଭିସ ରହିଛି । ଏହି ବୋଡଁରେ ଜଣେ ଅଧ୍ୟକ୍ଷ ରହିବେ ଓ ସେ ସିଇଓ ଭାବେ କାମ କାମ କରିବେ । ତେବେ ଏଥିରେ କିଛି ସ୍ୱତନ୍ତ୍ର ସଦସ୍ୟ ମଧ୍ୟ ରହିବେ । ଅନ୍ୟପଟେ ଏହି ବୋର୍ଡରେୀ ପୂର୍ବରୁ ୮ଜଣ ସଦସ୍ୟ ରହୁଥିଲେ । ରେଳ ବିଭାଗ ଅଧିନରେ ଥିବା ଦୁଇଟି କ୍ୟାଡର ଇଲେକ୍ଟ୍ରିକାଲ ଏବଂ ମେକାନିକାଲ କ୍ୟାଡର ମଧ୍ୟରେ ବିବାଦ ରହୁଥିବାରୁ ସରକାରଙ୍କ ଅନେକ କାମ କାର୍ୟ୍ୟକାରୀ ହେବାରେ ବିଳମ୍ୱ ହେଉଥିଲା।