ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଭାରତ ଓ ଆମେରିକା ସଂପର୍କରେ ଫାଟ ସୃଷ୍ଟି ହେଉଥିବା ଜଣାପଡିଛି । ଟୁ ପ୍ଲସ ଟୁ ବୈଠକକୁ ଆମେରିକା ସରକାର ସ୍ଥଗତି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ପୂର୍ବ ଭଳି ଭାରତ ଓ ଆମେରିକା ମଧ୍ୟରେ ସଂପର୍କ ତିକ୍ତ ହୋଇ ନାହିଁ ବୋଲି ଜାଣିବାକୁ ମିଳୁଛି ।
ସୂଚନା ଅନୁସାରେ, ଜୁଲାଇ ୬ରେ ଭାରତ ଓ ଆମେରିକା ମଧ୍ୟରେ ଟୁ ପ୍ଲସ ଟୁ ବୈଠକ ଅନୁଷ୍ଠିତ ହେବାରଥିଲା । ହେଲେ ଟ୍ରମ୍ପ ସରକାର ଏହି ବୈଠକକୁ ସ୍ଥଗତି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକା କେତେକ ଗୁରୁତ୍ୱପୂର୍ଣ୍ଣ ଓ ବ୍ୟକ୍ତିଗତ କାରଣ ଦର୍ଶାଇ ଏହି ବୈଠକୁ ସ୍ଥଗତି ରଖିଥିବା କୁହାଯାଉଛି । ହେଲେ ଅନ୍ୟପଟେ ଜୁଲାଇ ୧୫ରେ ଟ୍ରମ୍ପ ଓ ପୁନିତଙ୍କ ହେବାକୁ ଥିବା ବୈଠକ ପାଇଁ ଏହି ବୈଠକକୁ ସ୍ଥଗତି ରଖାଯାଇଥିବା ଜଣାପଡିଛି । ଭାରତ ପକ୍ଷରୁ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ ସମେତ ପ୍ରତିରକ୍ଷାମନ୍ତ୍ରୀ ସୀତାରମଣ ଏହି ବୈଠକରେ ଯୋଗ ଦେଇଥାନ୍ତେ ।
ନିକଟରେ ଆମେରିକାର ଆମଦାନୀ ଉପରେ ଭାରତ ସରକାରଙ୍କ ଶୁକ୍ଳ ବୃଦ୍ଧି ଘୋଷଣାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ । ଏଥିପାଇଁ ଭାରତ ଓ ଆମେରିକା ମଧ୍ୟରେ ପୂର୍ବଭଳି ସଂପର୍କ ନାହିଁ ବୋଲି ଆକଳନ କରାଯାଉଛି ।