ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଖୁବ ଶୀଘ୍ର ଦେଶର ସମସ୍ତ ରେଳ ଷ୍ଟେସନରେ ଫେସ ଆଇଣ୍ଡିଟିଫିକେସନ ବା ମୁହଁ ଚିହ୍ନଟ ବ୍ୟବସ୍ଥା ଆରମ୍ଭ କରାଯିବ ।
ଏହି ବ୍ୟବସ୍ଥାଟି ଜାନୁଆରୀ ମାସରେ ହେବାକୁ ଯାଉଛି ବୋଲି ବିଶେଷ ସୁଚନା ମିଳୁଛି ।
ଦେଶର ରେଳ ଷ୍ଟେସନ ଗୁଡିକରେ ଦିନକୁ ଦିନ ଅପରାଧ ମୂଳକ କାର୍ଯ୍ୟ ବଢିବାରେ ଲାଗିଛି । ଏହି ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ପଦକ୍ଷପ ଗ୍ରହଣ କରାଯାଉଛି ।
ଏହା ଦ୍ୱାରା ବିଭିନ୍ନ ଅପରାଧ ମୂଳକ କାର୍ଯ୍ୟକୁ ରୋକା ଯାଉପାରିବ । ଫେସ ଆଇଣ୍ଡିଟିଫିକେସନ ଦ୍ୱାରା ଅପରାଧୀ ମାନଙ୍କୁ ସହଜରେ ଧରି ହେବ ଏବଂ ଷ୍ଟେସନ ଅପରାଧକୁ କମାଯାଇପାରିବ । ଏଥି ସହିତ ରେଳ ବଗି ଗୁଡିକରେ ମଧ୍ୟ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଉଛି ।