ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଦେଶରେ ମାନସିକ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ମାନସିକ ଅବସାଦ ବା ଷ୍ଟ୍ରେସ୍ ଭାରତୀୟ ମାନଙ୍କ ପାଇଁ ଏକ ବିରାଟ ସମସ୍ୟା ହୋଇ ଠିଆ ହୋଇଛି ।
ନିକଟରେ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର) ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ବା ପବ୍ଳିକ ଫାଉଣ୍ଡେସନ ଅଫ ଇଣ୍ଡିଆ (ପିଏଚ୍ଏଫଆଇ) ଦ୍ୱାରା କରାଯାଇଥିବା ଏକ ରିସର୍ଚ ଅନୁସାରେ, ଭାରତରେ ପ୍ରତି ସାତ ଜଣରେ ଜଣେ ମାନସିକ ରୋଗରେ ପିଡିତ ।
ଏହି ରିସର୍ଚର ତଥ୍ୟ ଅନୁସାରେ ଭାରତର ଜନ ସଂଖ୍ୟାର ୧୪.୩ ପ୍ରତିଶତ ଅର୍ଥାତ ୧୯ କୋଟି ୭୩ ଲକ୍ଷ ଲୋକ ବିଭିନ୍ନ ମାନସିକ ରୋଗରେ ପିଡିତ । ସେଥିରୁ ୪କୋଟି ୫୭ଲକ୍ଷ ମାନସିକ ଅବସାଦର ଶିକାର ହୋଇଥିବା ବେଳେ ୪କୋଟି ୪୯ଲକ୍ଷ ଲୋକ ମାନସିକ ଚାପ ଓ ଉଦବେଗ ଜନିତ ସମସ୍ୟାରେ ପିଡିତ ।
ପୁରୁଷଙ୍କ ତୁଳନାରେ ମହିଳା ଅଧିକ ମାନସିକ ରୋଗର ଶିକାର ହେଉଛନ୍ତି ବୋଲି ଏହି ରିର୍ପୋଟ ରେ ଦର୍ଶାଯାଇଛି । ୨.୭ପ୍ରତିଶତ ପୁରୁଷ ମାନସିକ ଚାପ ଓ ଉଦବେଗ ଜନିତ ସମସ୍ୟାର ସାମ୍ନା କରୁଥିବା ବେଳେ ୩.୯ ପ୍ରତିଶତ ମହିଳା ଏହି ରୋଗରେ ପିଡିତ । ଏଥି ସହିତ ବର୍ତ୍ତମାନ ଚିନ୍ତାର ବିଷୟ ପାଲଟିଛି ମାନସିକ ରୋଗର ଚିକିତ୍ସା ପାଇଁ ମାନସିକ ଚିକିତ୍ସକଙ୍କ ସଂଖ୍ୟା ଆବଶ୍ୟକତା ଠାରୁ ବହୁତ କମ ରହିଛି ।
ଏହି ରିପୋର୍ଟର ତାଲିକାରେ ମାନସିକ ରୋଗୀଙ୍କ ସଂଖ୍ୟା ଓଡିଶାରେ ପୁର୍ବ ତୁଳନାରେ ବଢି ଚାଲିଛି । ଓଡ଼ିଶରେ ପ୍ରତି ୧ଲକ୍ଷରେ ୪୧୫୯ ଜଣ ମାନସିକ ରୋଗରେ ପିଡିତ । ଏହି ତାଳିକାରେ ତାମିଲନାଡୁରେ ମାନସିକ ରୋଗୀ ସଂଖ୍ୟା ସର୍ବାଧିକ ଥିବାବେଳେ ଦିତ୍ୱୀୟରେ ଆନ୍ଧ୍ରପ୍ରଦେଶ ଓ ତୃତୀୟରେ ତେଲେଙ୍ଗାନା ରହିଥିବା ବେଳେ ଓଡ଼ିଶା ଚତୁର୍ଥ ସ୍ଥାନ ଅଧିକାର କରିଛି ।