ଶିରିଡି(ଏଟିଆର ବ୍ୟୁରୋ): ପ୍ରତିଦିନ ସାଇବାବାଙ୍କୁ ଦର୍ଶନ କରିବାକୁ ହଜାର ହଜାର ଭକ୍ତ ଶିରିଡି ଆସିଥାନ୍ତି । ବାବାଙ୍କୁ ଦର୍ଶନ କରିବା ସହିତ ମନ୍ଦିର ଟ୍ରଷ୍ଟକୁ ଦାନ ମଧ୍ୟ କରିଥାନ୍ତି ।
ତେବେ ଏବର୍ଷ ଶିରିଡି ସାଇବାବା ମନ୍ଦିରରେ ଆଦାୟ ହୋଇଛି ମୋଟ ୨୮୭ କୋଟି ୬ଲକ୍ଷ ୫୮ ହଜାର । ସବୁବର୍ଷ ଠାରୁ ଅଧିକ ପରିମାଣର ଦାନ ଆଦାୟ କରି ଏବର୍ଷ ରେକର୍ଡ କରିଛି ସିରିଡି ସାଇ ମନ୍ଦିର ।
ଏହି ଦାନରେ ୬୦ କୋଟି ୮୪ ଲକ୍ଷ ୮ହଜାର ୫୯୦ଟଙ୍କା ନଗଦ ଟଙ୍କା ରହିଥିବା ବେଳେ ଆଉ ସବୁ ଟଙ୍କା ଚେକ୍, ମନିଅର୍ଡର ଓ ଅନଲାଇନ ରେ ଟ୍ରାନ୍ସାକସନ ହୋଇଛି ।
ତେବେ ମନ୍ଦିର କତ୍ତୃପକ୍ଷଙ୍କ ଅନୁସାରେ ପ୍ରତିବର୍ଷ ନୂଆବର୍ଷ ସମୟରେ ହିଁ ଅଧିକ ଭକ୍ତଙ୍କ ସମାଗମ ହୋଇଥାଏ । ସେଥିପାଇଁ ଏବର୍ଷ ଡିସେମ୍ବର ୩୧ ତାରିଖ ଦିନ ୨୪ଘଣ୍ଟା ମନ୍ଦିର ଖୋଲା ରହିବ ।