ବାଲେଶ୍ୱର (ଏଟିଆର ବ୍ୟୁରୋ): ଭାରତ ସ୍ଥାପନା କଲା ଆଉ ଏକ ମାଇଲଖୁଣ୍ଟ । ମଙ୍ଗଳବାର ବିଳମ୍ବିତ ରାତିରେ ପରମାଣୁ କ୍ଷମତା ବିଶିଷ୍ଟ ମିଶାଇଲ ପୃଥ୍ୱୀ-୨ ର ସଫଳ ଉତକ୍ଷେପଣ ହୋଇଛି । ବାଲେଶ୍ୱର ସ୍ଥିତ ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ସନ୍ଧ୍ୟା ୭.୫୦ରେ ଉତକ୍ଷେପଣ କରାଯାଇଛି । ଏହାପୂର୍ବରୁ ଏହି କ୍ଷେତ୍ରରେ ଗତ ନଭେମ୍ବର ୨୦ ତାରିଖରେ ପୃଥ୍ୱୀ-୨ ମିଶାଇଲକୁ ପରୀକ୍ଷଣ କରାଯାଇଥିଲା ।
ଏହି ପୃଥ୍ୱୀ-୨ ର ମାଟିକୁ ଲକ୍ଷ୍ୟଭେଦ କରିବାର କ୍ଷମତା ରହିଛି । ଏହାସହିତ ଏହି ମିଶାଇଲ ନିଜ ସହିତ ୫୦୦ ରୁ ୧୦୦୦ କିଲୋଗ୍ରାମର ଯୁଦ୍ଧ ସାମଗ୍ରୀ ନେଇପାରିବ । ଏହାର ଲକ୍ଷ୍ୟଭେଦର କ୍ଷମତା ରହିଛି ୩୫୦ କିଲୋମିଟର । ଏହାବ୍ୟତିତ ମିଶାଇଲରେ ଆଡଭାନ୍ସ ଗାଇଡାନ୍ସ ସିଷ୍ଟମ ଲଗାଯାଇଛି ଯାହା ଫଳରେ ସହଜରେ ଲକ୍ଷ୍ୟଭେଦ କରିପାରିବ ।
ସୂଚନାଯୋଗ୍ୟ ୨୦୦୩ ମସିହାରୁ ଭାରତୀୟ ସେନାରେ ପୃଥ୍ୱୀ ମିଶାଇଲ ସାମିଲ ଅଛି । ଯାହାର ଲମ୍ବା ୯ ମିଟର । ଏହା ଡିଆରଡିଓ ଦ୍ୱାରା ନିର୍ମିତ ପ୍ରଥମ ମିଶାଇଲ ।
,