ଅହମଦାବାଦସ୍ଥିତ ଭୌତିକ ଅନୁସନ୍ଧାନ କେନ୍ଦ୍ର ପକ୍ଷରୁ ଏକ ନୂତନ ଗ୍ରହର ଆବିଷ୍କାର କରାଯାଇଛି । ଏହା ଉପ-ଶନି ଗ୍ରହ ତଥା ସୁପର ନେପଚ୍ୟୁନ ନାମରେ ନାମିତ କରାଯାଇଛି । ଏହି ସୂଚନା ଗୁରୁବାର ଅନୁସନ୍ଧାନ କେନ୍ଦ୍ରରୁ ହିଁ ପ୍ରକାଶ ପାଇଛି ।
ଅନ୍ତଃରୀକ୍ଷ ବିଭାଗର କହିବା ଅନୁଯାୟୀ, ଏହି ପ୍ରକାର ସୁପର ନେପଚ୍ୟୁନ ତଥା ଉପ-ଶନି ଭଳି ଗ୍ରହର ଗଠନ ପ୍ରଣାଳୀକୁ ବୁଝିବା ପାଇଁ ଅନୁସନ୍ଧାନ କରିବା ମହତ୍ୱପୂର୍ଣ୍ଣ । ଏହି ଗ୍ରହଟି ଗୋଟିଏ ଷ୍ଟାରର ଅତି ନିକଟରେ ପରିକ୍ରମା କରୁଛି । ଏହା ମଧ୍ୟ ସୂର୍ଯ୍ୟର ନିକଟବର୍ତ୍ତୀ । ଗ୍ରହର ନାମ ଇପିଆଇସି ୨୧୧୯୪୫୨୦ବି କିମ୍ବା କେ୨-୨୩୬ବି ।
ଅଭିଜିତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ବୈଜ୍ଞାନିକ ଓ ଇଂଜିନିୟର ସମେତ ଏକ ଟିମ ଦ୍ୱାରା ଆବିଷ୍କାର କରାଯାଇଛି । ଯାହା ସ୍ୱଦେଶୀ ଡିଜାଇନ ଭଳି କରାଯାଇଛି । ପିଆରଏଲ ଏଡଭାଂସ ରେଡିୟଲ-ବେଲ୍ସିଟୀ ଅବୁ-ସ୍କାଇ ସର୍ଚ୍ଚ(ପିଏଆରଆରଏଲ) ସ୍ପେକ୍ଟୋଗ୍ରାଫର ଉପଯୋଗ କରି ଗ୍ରହର ଦର୍ଘ୍ୟମାନ ପିଆରଏଲର ଗୁରୁଶିଖର ପର୍ଯ୍ୟବେକ୍ଷଣାଗାରରେ ୧.୨ ମିଟର ଟେଲିସ୍କୋପରେ ଦେଖିବାକୁ ମିଳିଥିଲା । କେବଳ ୨୩ଟି ସୌର ମଣ୍ଡଳ ଆଜି ପର୍ଯ୍ୟନ୍ତ ଦେଖିବାକୁ ମିଳିଛି । ।