ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏବେ ଆହୁରି ଚିନ୍ତା ବଢାଇଛି କରୋନାର ଦ୍ୱିତୀୟ ଷ୍ଟ୍ରେନ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସତର୍କ ହେବା ସହ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି । ବ୍ରିଟେନରୁ ଆସିବାକୁ ଥିବା ବିମାନକୁ ଭାରତ ସରକାର ପକ୍ଷରୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା କିନ୍ତୁ ଏବେ ଏହାକୁ ଜାନୁଆରୀ ୭ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହ ସୂଚନା ଦେଇଛନ୍ତି । ଏହି ନୂତନ ଭାଇରସ ପାଇଁ ବ୍ରିଟେନ ର ଅନେକ ସ୍ଥାନରେ ପୁନର୍ବାର ଲକଡାଉନ୍ ଜାରି କରାଯାଇଛି ।
ବ୍ରିଟେନରୁ ଠାବ ହୋଇଥିବା କରୋନାର ନୂତନ ଷ୍ଟ୍ରେନ୍ ଏବେ ଲୋକଙ୍କ ମନରେ ଆତଙ୍କ ଖେଳାଇଛି । ଏହି ଭାଇରସ ପୂର୍ବ ଭାଇରସ ଅପେକ୍ଷା ଦ୍ରୁତ ବେଗରେ ସଂକ୍ରମିତ ହେଉଥିବା ଜାଣିବାକୁ ମିଳିଛି ।
ସବୁଠାରୁ ବଡ କଥା ହେଉଛି ବ୍ରିଟେନରୁ ଫେରିଥିବା ଯାତ୍ରୀଙ୍କ ମଧ୍ୟରୁ ଏପର୍ଯ୍ୟନ୍ତ ୨୦ ଜଣ ଏହି ନୂତନ ଷ୍ଟ୍ରେନରେ ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନେ ସମସ୍ତଙ୍କୁ ଏକ ଗୃହରେ ଆଇସୋଲେଟ କରି ରଖାଯାଇଛି ।