ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ଭାରତରେ ଅନେକ ଭାଷା ଥାଉ ଥାଉ ହିନ୍ଦି ଭାଷାକୁ କାହିଁକି ଭାରତର ରାଷ୍ଟ୍ରଭାଷା କରା ଗଲା ତାହା ଆଜି ବି ଅନେକ ଲୋକ ହୁଏତ ଜାଣି ନାହାନ୍ତି । କୁହାଯାଏ ଭାରତ ଏକ ସାର୍ବଭୌମ ରାଷ୍ଟ୍ର । ଏଠି ବିଭିନ୍ନ ଧର୍ମ ଓ ବିଭିନ୍ନ ଭାଷା ଭାଷୀର ଲୋକ ଏକାଠି ରହିଥାନ୍ତି । ଯଦି ଏହା ସତ୍ୟ ତେବେ ହୀନ୍ଦୀକୁ କାହିଁକି ରାଷ୍ଟ୍ରଭାଷା କରାଗଲା ଅନ୍ୟ ଭାଷାକୁ କାହିଁକି ନୁହେଁ ତାହା ଆଜି ବି ଅନେକଙ୍କ ପାଇଁ ପ୍ରଶ୍ନ ହୋଇ ରହିଛି । ଏହାପଛର କାହାଣୀ ବି ବେଶ ରୋମାଞ୍ଚକର ।
କୁହାଯାଏ ୧୯୪୭ ମସିହାରେ ଯେତେବେଳେ ଭାରତକୁ ସ୍ୱାଧୀନତା ମିଳିଲା ସେତେବେଳେ ଭାଷାକୁ ନେଇ ଦେଖା ଦେଲା ଅସନ୍ତୋଷ ।
କାରଣ ଭାରତର ବିଭିନ୍ନ ପ୍ରାନ୍ତରେ ବିଭିନ୍ନ ଭାଷା ବ୍ୟବହାର ହେଉଥିବାରୁ କେଉଁ ଭାଷାକୁ ରାଷ୍ଟ୍ର ଭାଷା କରାଯିବ ତାକୁ ନେଇ ଉପୁଜି ଥିଲା ସମସ୍ୟା । ତବେ ବହୁ ଆଲୋଚନା ଏବଂ ପର୍ଯ୍ୟାଲୋଚନା ପରେ ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷା ଭାବେ ଘୋଷଣା କରାଯାଇଥିଲା । ୧୪ ସେପ୍ଟେମ୍ଭର ୧୯୪୯ ରେ ବିଧିବଧ ଭାବେ ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷା ଭାବେ ଘୋଷଣା କରାଗଲା । ତତକାଳୀନ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ଏହି ଦିନକୁ ହିନ୍ଦୀ ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ୧୯୫୩ ମସିହାୁ ସେପ୍ଟେମ୍ଭର ୧୪ ତରିଖରୁ ଏହି ଦିନ ହିନ୍ଦୀ ଦିବସ ଭାବେ ପାଳିତ ହୋଇ ଆସୁଛି । ତେବେ ଏହି ବିବାଦକୁ ନେଇ ୧୯୬୫ ରେ ଦେଶରେ ଦଙ୍ଗା ସୃଷ୍ଟି ହୋଇଥିଲା ।
ତେବେ ଆସନ୍ତୁ ଜାଣିବା ହିନ୍ଦୀ ଭାଷା ସହିତ ଯୋଡି ହୋଇଥିବା କିଛି ଗୁରୁତ୍ୱପୂର୍ଣ୍ଣ କଥା-
ବିଶ୍ୱରେ ହିନ୍ଦି ହେଉଛି ଏମିତି ଏକ ଭାଷା ଯେଉଁ ଭାଷାକୁ ସର୍ବାଧିକ ଲୋକ ଜାଣିଛନ୍ତି । ୧୯୯୭ ମସିହାରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣା ପଡିିଛି ଭାରତର ପାଖାପାଖି ୬୬ ପ୍ରତିଶତ ଲୋକ ହିନ୍ଦୀ କହୁଥିବା ବେଳେ ୭୭ ପ୍ରତିଶତ ଲୋକ ଏହି ଭାଷା ବୁଝି ପାରନ୍ତି । ଏକ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ୨୦୧୬ ମସିହାରେ ହିନ୍ଦୀ ସମାଚାର ଉପସ୍ଥାପକଙ୍କ ସଖ୍ୟା ୫.୫ କୋଟି ରହିଥିବା ବେଳେ ୨୦୨୧ ବେଳକୁ ଏହା ୧୪ କୋଟି ପାର ହୋଇଯିବ ବୋଲି ଅନୁମାନ କରାଯାଉଛି ।ବିଶ୍ୱର ସବୁଠାରୁ ବଡ ଡିକସିନାରୀ ଅକ୍ସଫୋର୍ଡ ର ବିଶ୍ୱ ଏଡିଟର ଡେନିକା ସାଲାଜାରଙ୍କ କହିବା ଅନୁସାରେ ଏବେ ୯୦୦ ଦିନ୍ଦୀ ଶବ୍ଦ ଡିକସିନାରୀରେ ସ୍ଥାନ ପାଇ ସାରିଲାଣି ।