ଆକଲାଣ୍ଡ(ଏଟିଆର ବ୍ୟୁରୋ): ଆଜି ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଅକଲାଣ୍ଡ ସେଡେନ ପାର୍କରେ ୨ୟ ଦିନିକିଆ ମ୍ୟାଚ ଖେଳା ଯାଇଛି । ଭାରତ ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତି ନେଇଥିଲା । ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୨୭୩ ରନ କରିପାରିଛି ନ୍ୟୁଜିଲାଣ୍ଡ । ନୁଜିଲାଣ୍ଡର ଓପନର ମାର୍ଟିନ ଗୁପ୍ଟଲ ୭୯ ରନ, ବ୍ଲୁଣ୍ଡେଲ ୨୨, ରସ୍ ଟେଲର୍ ୭୩ ଓ ଜାମିଶନ ୨୩ରନ କରି ଶେଷ ପର୍ୟ୍ୟନ୍ତ ଅପରାଜିତ ରହିଥିଲେ। ସେହିପରି ଭାରତୀୟ ଦଳ ପକ୍ଷରୁ ଚହଲ ସର୍ବାଧିକ ୩ଟି ଓ୍ବିକେଟ ନେବା ସହ ଶର୍ଦ୍ଦୁଲ ଠାକୁର ୨ ଓ ରବିନ୍ଦ୍ର ଜାଡେଜ ୧ଟି ଓ୍ବିକେଟ୍ ହାସଲ କରିଛନ୍ତି ।
୨୭୪ ରନର ଟାର୍ଗେଟକୁ ନେଇ ପଡିଆକୁ ଓହ୍ଲାଇଥିଲା ଭାରତୀୟ ଦଳ । ପ୍ରଥମରୁ ହିଁ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ହେଇଯାଇଥିଲା । ଭାରତ ୪୮.୩ ଓଭର ଖେଳି ୨୫୧ ରନ କରିପାରିଥିଲା । ୩ଟିକିଆ ସିରିଜର ଦୁଇଟି ମ୍ୟାଚ ହାରି ଥିବାରୁ ନ୍ୟୁଜିଲାଣ୍ଡ ୨-୦ରେ ସିରିଜ ହାତେଇ ନେଇଛି । ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ସର୍ବାଧିକ ୫୫ ରନ କରିଥିଲେ । ସେହିପରି ସ୍ରେୟସ ଆୟର ୫୨ ରନ କରି ପାବିଲିୟନ ଫେରିଥିଲେ ।