ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପର୍ସନାଲ ଡାଟା ପ୍ରୋଟେକ୍ସନକୁ ନେଇ ଖୁବ୍ ଶୀଘ୍ର ଆଇନ୍ ଲାଗୁ କରିପାରେ ଭାରତ । ସୋମବାର ସଂସଦରେ ଶୀତକାଳୀନ ଅଧିବେଶନ ଆରମ୍ଭ ହେବ, ଏହି ଅଧିବେଶନରେ ଡାଟା ପ୍ରୋଟେକ୍ସନ ଆଇନ କରିବା ପାଇଁ ବିଧେୟକ ଆଣିପାରନ୍ତି ସରକାର । ପୂର୍ବରୁ ସୂଚନା ପ୍ରଦ୍ଦ୍ୟୋଗିକ ମନ୍ତ୍ରୀ ରବିଶଙ୍କର ପ୍ରସାଦ କହି ସାରିଛନ୍ତି କି, ସଂସଦରେ ସରକାର ପର୍ସନାଲ ଡାଟା ପ୍ରୋଟେକ୍ସନ ବିଲ ୨୦୧୮ ଆଗତ କରିବାର ଯୋଜନା କରୁଛନ୍ତି ।
ପୂର୍ବ ବର୍ଷ ସରକାରଙ୍କ ପକ୍ଷରୁ ବିଧେୟକ ଜାରି କରାଯାଇଥିଲା, କିନ୍ତୁ ଏହାପରେ ଅନେକ ବୈଷୟିକ ପ୍ରଦ୍ୟୋଗିକ କମ୍ପାନୀ ଏହାକୁ ବିରୋଧ କରିଥିଲେ । କମ୍ପାନୀର କହିବାର ଥିଲା କି , ଏହାଦ୍ୱାରା ଦେଶରେ ତାଙ୍କ ବ୍ୟବସାୟ ଉପରେ ଖରାପ ପ୍ରଭାବ ପଡିବ । ଏହାସହିତ ଏହାର ସଂଚାଳନ କରିବାର ଦର ବି ବୃଦ୍ଧି ହେବ । ହୁଏତ ଏବେ ଏହି ମାମଲାରେ କେହି ସୂଚନା ପାଇ ନାହାନ୍ତି ।
ନିକଟରେ ୟୁଜର୍ସଙ୍କ ବ୍ୟକ୍ତିଗତ ଡାଟା ଏକତ୍ର କରିବାର ମାମଲା ସାମ୍ନାକୁ ଆସିଥିଲା । ଏଥିରେ ହ୍ୱାଟ୍ସଆପ୍ ଡାଟା ସୁରକ୍ଷା ଏବଂ ଗୋପନୀୟତା ଭଙ୍ଗ ହେବାର ମାମଲା ବି ସାମିଲ ଥିଲା । ଯେଉଁଥି ପାଇଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଦେଶରେ ଡାଟା ସୁରକ୍ଷା ରଖିବାର ପ୍ରସଙ୍ଗ ଉଠିଥିଲା ।
ସେହିଭଳି ଏହି ବିଧେୟକ ଅନୁସାରେ, ଗୋପନୀୟତା ଭଙ୍ଗ କରିବା ମାମଲାରେ ଫାର୍ମକୁ ୧୫ କୋଟି ଟଙ୍କାର ଜରିମାନା ଦେବାକୁ ପଡିବ କିମ୍ବା ଟର୍ଣ୍ଣଓଭରର ଚାରି ପ୍ରତିଶତ ଜରିମାନା ଦେବ ଫାର୍ମ ।