ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସମ୍ବିଧାନରେ ସଂଶୋଧନ କରି ଇଣ୍ଡିଆ ଶବ୍ଧ ସ୍ଥାନରେ ଭାରତ ରଖିବା ଦାବି ପିଟିସନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି । ପିଟିସନ୍ ରେ ଦାବି କରାଯାଇଛି କି ଭାରତ ଶବ୍ଧ ଆମ ରାଷ୍ଟ୍ରିୟତା ପ୍ରତି ଗୌରବ ଭାବ ସୃଷ୍ଟି କରିଥାଏ । ସେଥିପାଇଁ ଇଣ୍ଡିଆ ସ୍ଥାନରେ ଭାରତ ବ୍ୟବହାର ହେବା ଉଚିିତ୍ ।
ଏହି ପିଟିସନ୍ ଉପରେ ଶୁକ୍ରବାର ଚିଫ୍ ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତା ଖଣ୍ଡପୀଠ ର ସମକ୍ଷରେ ଶୁଣାଣି ହେବାର ଥିଲା । କିନ୍ତୁ ଏହାକୁ ତାଲିକାରୁ ହଟାଇ ଦିଆଯାଇଥିଲା । ଶୀର୍ଷ ଅଦାଲତର ୱେବସାଇଟରେ ଅପଲୋଡ ହୋଇଥିବା ନୋଟିସ ମୁତାବକ ଏହି ମାମଲାରେ ଚିଫ୍ ଜଷ୍ଟିସ ବୋବଡେଙ୍କ ଅଧ୍ୟକ୍ଷତାର ଖଣ୍ଡପୀଠ ଆଜି ଶୁଣାଣି କରିବେ ।
ଦିଲ୍ଲୀର ଜଣେ ବ୍ୟକ୍ତି ପିଟିସନ୍ ଜରିଆରେ ଅଦାଲତରେ ଦାବି କରିଛନ୍ତି କି ସମ୍ବଧାନର ଧାରା ୧ ରେ ସଂଶୋଧନ କରି ଇଣ୍ଡିଆ ଶବ୍ଧ ହଟାଇ ଦିଆଯାଉ । ସେ କହିଛନ୍ତି କି, ଦେଶର ମୂଳ ଏବଂ ପ୍ରାମାଣିକ ନାମ ଭାରତ ଦ୍ୱାରା ହିଁ ମାନ୍ୟତା ଦିଆଯିବା ଉଚିତ୍ ।