ନୁଆଦିଲ୍ଲୀ ( ଏଟିଆର ବ୍ୟୁରୋ) : ଦିନକୁ ଦିନ ଦେଶରେ ଡିଜିଟାଲ ପ୍ରଣାଳିରେ ନେଣଦେଣ ଚାହିଦା ବଢିବାରେ ଲାଗିଛି । ଆଉ ପୂର୍ବଭଳି ଗ୍ରାହକଙ୍କୁ ବ୍ୟାଙ୍କ ହେଉ ଅବା ପୋଷ୍ଟ ଅଫିସରେ ଘଣ୍ଟାଘଣ୍ଟା ଧରି ଧାଡିରେ ଠିଆ ହେବାକୁ ପଡୁନାହିଁ । ବ୍ୟାଙ୍କ ଗୁଡିକ ନିଜ ଗ୍ରାହକଙ୍କୁ ସୁବିଧା ଯୋଗାଇ ଦେବା ପାଇଁ ମୋବାଇଲ ବ୍ୟାଙ୍କିଙ୍ଗ ଠାରୁ ଆରମ୍ଭ କରି ବିଭିନ୍ନ ନୂଆ ନୂଆ ଫଣ୍ଡା ଆପଣଉଛନ୍ତି । ତେବେ ଏ କ୍ଷେତ୍ରରେ ମଧ୍ୟ ଭାରତୀୟ ଡାକ ସେବା କିଛିଟା ଆଗେଇଛି ।
ବ୍ୟାଙ୍କଭଳି ଡାକଘରେ ଟଙ୍କା ରଖୁଥିବା ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ପୋଷ୍ଟାଲ ଏଟିଏମ ଖୋଲା ଯାଇଛି । ତେବେ ଭାରତୀୟ ଡାକ ସେବା ଏବେ ।ଉ ଗୋଟିଏ ପାଦ ଆଗକୁ ଯିବାକୁ ଚେଷ୍ଟା କରୁଛି । ଏଟିଏମ କାର୍ଡ ପରି ପୋଷ୍ଟ ବ୍ୟାଙ୍କରୁ ଏବେ ବାୟମେଟ୍ରିକ ଜରିଆରେ ଟଙ୍କା ଉଠାଇବା ପାଇଁ ଯୋଜନା କରାଯାଉଛି । ବ୍ୟକ୍ତଟିଏ କୌଣସ କାର୍ଡ ବ୍ୟତୀତ କେବଳ ନିଜ ଅଙ୍ଗୁଳି ଛାପ ମାଧ୍ୟମରେ ପୋଷ୍ଟ ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ ।
ଇଣ୍ଡିଆ ପୋଷ୍ଟ ପେମେଣ୍ଟସର ୧ ବର୍ଷ ଫୂର୍ତ୍ତି ଅବସରରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ସଂଚାର ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏହି ସୂଚନା ଦେଇଛନ୍ତି । ଏହି ସୁବିଧା ପାଇଁ ଗ୍ରାହକଙ୍କୁ ନିଜ ଖାତା ସହିତ ଆଧାର କାର୍ଡ ସଂଯୋଗ କରିବାକୁ ପଡିବ । ଯାହା ଦ୍ୱାରା ଗ୍ରାହକ ନିଜ ଅଙ୍ଗୁଳି ଚାପ ଦେଇ ପୋଷ୍ଟ ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ ।