ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ନିର୍ବାଚନ ଆୟୋଗ ଆଜି ଭାରତର ୧୫ ତମ ରାଷ୍ଟ୍ରପତିଙ୍କ ପାଇଁ ନିର୍ବାଚନ ସୂଚୀ ଘୋଷଣା କରିବେ। ଅପରାହ୍ନ ତିନିଟାରେ ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯିବ । ଜୁଲାଇ ୨୫ ସୁଦ୍ଧା ଶପଥ ଗ୍ରହଣ କରିବେ ନୂତନ ରାଷ୍ଟ୍ରପତି । ରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକସଭା, ରାଜ୍ୟସଭା ଏବଂ ବିଧାନସଭା ସଦସ୍ୟମାନେ ଏକତ୍ରିତ ହୋଇ ନିର୍ବାଚନ ମଣ୍ଡଳ ଗଠନ କରନ୍ତି।
ସମ୍ବିଧାନର ଧାରା ୬୨ ଅନୁଯାୟୀ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ କାର୍ୟ୍ୟକାଳ ଜୁଲାଇ ୨୪ ରେ ଶେଷ ହେବାକୁ ଯାଉଛି ଏହାପୂର୍ବରୁ ପରବର୍ତ୍ତୀ ରାଷ୍ଟ୍ରପତି ଚୟନ ପାଇଁ ନିର୍ବାଚନ ଶେଷ ହେବା ଉଚିତ। ସଂସଦର ଉଭୟ ଗୃହର ସଦସ୍ୟଙ୍କ ବ୍ୟତୀତ ସମସ୍ତ ରାଜ୍ୟର ବିଧାନସଭା ନିର୍ବାଚିତ ସଦସ୍ୟ, ଦିଲ୍ଲୀ ଏବଂ ପୁଡୁଚେରୀର ୟୁନିଅନ୍ ଟେରିଟୋରୀ ମଧ୍ୟ ରାଷ୍ଟ୍ରପତି ନିର୍ବାଚନରେ ଭୋଟ୍ ଦେଇପାରିବେ।
ସୂଚନାଯୋଗ୍ୟ, ୨୦୧୭ ମସିହା ଜୁଲାଇ ୧୭ ରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଏବଂ ୨୦ ମତଗଣନା ହୋଇଥିଲା