ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଷ୍ଟ୍ରେଲିଆର ରାଷ୍ଟ୍ରଦୂତ ରେଣୁ ପଲ୍ଲଙ୍କୁ ଫେରାଇ ଆଣିଛି ଭାରତ । ତାଙ୍କ ନା’ରେ ଆର୍ଥିକ ଅନିୟମିତତା ଭଳି ସଂଘାତିକ ଅଭିଯୋଗ ଆସିଛି । ତେବେ ତାଙ୍କ ନା’ରେ ଅର୍ଥ ପାଣ୍ଠି ହେର୍ ଫେର୍ ଅଭିଯୋଗ ଆସିବା ଥିବା କାରଣରୁ ଭାରତ ସରକାର ତାଙ୍କ ଫେରାଇ ଆଣିଛନ୍ତି । ତାଙ୍କ ନା’ରେ ଆସିଥିବା ଏହିଭଳି ଅଭିଯୋଗର ତଦନ୍ତ କରିବ କେନ୍ଦ୍ରୀୟ ଭିଜିଲାନ୍ସ କମିଶନ । ଅନ୍ୟପଟେ ୧୯୮୮ ବ୍ୟାଚର ଏହି ଆଇଏଫଏସ ଅଫିସରଙ୍କ କାର୍ଯ୍ୟକାଳ ପୂରିବାକୁ ଆଉ ଏକ ମାସ ଥିବା ବେଳେ ଏହିଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
ସେ ଡିସେମ୍ବର ୩୦ସୁଦ୍ଧା ଭାରତ ଫେରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହିସେମ୍ବର ୯ରେ ଏ ସମ୍ପର୍କରେତାଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଅଷ୍ଟ୍ରେଲିଆରେ ରେଣୁ ଏକ ଆପାର୍ଟମେଣ୍ଟରେ ଭଡାରେ ରହିବା ସହ ଏଥିପାଇଁ ମାସିକ ୧୫ଲକ୍ଷ ଟଙ୍କା ଦେଉଥିବା ବୋଲି ଜଣାପଡିଛି । ତେବେ ବୈଦେଶିକ ମନ୍ତ୍ରାଳୟର ବିନା ଅନୁମତିରେ ସେ ନିଜ ଅଷ୍ଟ୍ରେଲିଆରେ ଥିବା ସରକାରୀ ବାସଭବନ ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରିଥିବା କଥା ମଧ୍ୟ ସାମ୍ନାକୁ ଆସିଛି ।