ବେଙ୍ଗାଲୁରୁ (ଏଟିଆର ବ୍ୟୁରୋ): ସାରା ଦେଶରେ କରୋନା ନିଜର କାୟା ବିସ୍ତାର କରିବାକୁ ଲାଗିଥିବା ବେଳେ ଭାରତରେ ମଧ୍ୟ କୋରନା ନିଜର ପ୍ରଭାବ ଦେଖାଇବାକୁ ଲାଗୁଛି । କରୋନା ଧିରେ ଧିରେ ଭାରତରେ ମଧ୍ୟ କାୟା ମେଲାଇବାରେ ଲାଗିଛି । ସାରା ବିଶ୍ୱରେ ୪୬୨୭ଲୋକ ମୁଣ୍ଡ ନେଇଥିବା ବେଳେ ଭାରତରେ ଗତକାଲି ପ୍ରଥମ ମୁଣ୍ଡ ନେଇଛି ମହାମାରି କରୋନା । କର୍ଣ୍ଣାଟକାର ଜଣେ ୭୬ବର୍ଷ ବୟସ୍କ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ଖବର ସମ୍ନାକୁ ଆସିଛି । ଆଜି ସକାଳୁ କର୍ଣ୍ଣାଟକର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ବୃଦ୍ଧା ଜଣଙ୍କର କରୋନାରେ ଆକ୍ରାନ୍ତ ଥିବା କାରଣରୁ ମୃତ୍ୟୁ ହୋଇଛି ।
ବୃଦ୍ଧାଙ୍କର ମୃତ୍ୟୁ ହେବା ପରେ ତାଙ୍କ ରକ୍ତ ନମୁନା ପରୀକ୍ଷା କରିବାରୁ ସେଥିରୁ COVID-୧୯ ଭାଇରସ ଥିବା ଜଣାପଡିଛି । ବୃଦ୍ଧା ଜଣକ କର୍ଣ୍ଣାଟକାର କାଲାବୁର୍ଗିରେ ରହୁଥିବା ଜଣାପଡିଛି । ନିକଟରେ ସେ ସାଉଦି ଆରମରୁ ଫେରିଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ ନଥିଲା ଯାହାଫଳରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବାରୁ ସେ କରୋନା ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହାପରେ ତାଙ୍କୁ ଆଇସୋଲେସନରେ ରଖି ଚିକିତ୍ସା କରାଯାଉଥିଲା । ତେବେ ଚିକିତ୍ସାଧିନ ଥିବା ସମୟରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ କର୍ଣ୍ଣାଟକ ସ୍ୱାସ୍ଥ୍ର ବିଭାଗ ପକ୍ଷରୁ ଆକ୍ରାନ୍ତ ଥିବା ରୋଗୀଙ୍କ ଉପରେ ତୀକ୍ଷ ନଜର ରଖାଯାଇଛି ।