ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁରୁଦ୍ୱାରରେ ହୋଇଥିବା ପଥର ମାଡ ଘଟଣାକୁ ନେଇ ଭାରତ ପାକିସ୍ତାନକୁ କହିଛି ଆଗ ଶିଖମାନଙ୍କ ସୁରକ୍ଷା ସୁନିଶ୍ଚିନ୍ତ କର । ଭାରତ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଆକ୍ରମଣ ହୋଇଥିବା ସ୍ଥାନ ଏକ ଧର୍ମସ୍ଥଳ । ତେଣୁ ଏଠାରେ ହୋଇଥିବା ଆକ୍ରମଣର ଆକ୍ରମଣକାରୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ । ଭାରତ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ କରାଯାଇଥିବା ଏକ ବିଜ୍ଞପ୍ତିରେ ଏହା କୁହାଯାଇଛି ।
ସୂଚନାଯୋଗ୍ୟ ଏହି ନିକଟରେ ପାକିସ୍ତାନରେ ଥିବା ବିଭିନ୍ନ ଧର୍ମସ୍ଥଳ ଗୁଡିକ ଉପରେ ଆକ୍ରମଣ ହୋଇଥିଲା । ସେଥିମଧ୍ୟରୁ ନାକନା ସାହେବର ଗୁରୁଦ୍ୱାର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା । ଯାହାକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି । ଗତ ଶୁକ୍ରବାର ଦିନ ଗରୁଦ୍ୱାରରେ ପ୍ରବଳ ଭିଡ ଥିବାବେଳେ କିଛି ଲୋକ ଅଚାନକ ଗୁରୁଦ୍ୱାରକୁ ଘେରାବନ୍ଦୀ କରି ଦେଇଥିଲେ । ଯେଉଁମାନେ ଶିଖ ମାନଙ୍କୁ ଗୁରୁଦ୍ୱାର ଛାଡି ଚାଲିଯିବାକୁ କହୁଥିଲେ ।