ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମାଲେସିଆ ଉପରେ ଭାରତର ଦୃଢ କାର୍ଯ୍ୟାନୁଷ୍ଠାନ । ମାଲେସିଆର ପାମ ତେଲ ଆଣିବା ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ । ଏହା ବ୍ୟତିତ ମାଇକ୍ରୋ ପ୍ରୋସେସର ଏବଂ କମ୍ପ୍ୟୁଟର ପାର୍ଟସ ଆମଦାନୀ ଉପରେ ମଧ୍ୟ ଭାରତ ପ୍ରତିବନ୍ଧକ ଲଗାଇଛି । ସୂଚନାନୁଯାୟୀ ଭାରତ ଏହିଭଳି ପ୍ରତିବନ୍ଧକ ଲଗାଇବାର କାରଣ ମାଲେସିଆ କଶ୍ମୀର ଏବଂ ନାଗରିକତା ସଂଶୋଧନ ଆଇନ ବିରୋଧରେ ବିଭିନ୍ନ ବୟାନ ଦେଉଛି । ମାଲେସିଆର ପ୍ରଧାନମନ୍ତ୍ରୀ ମହାତିର ମୋହମ୍ମଦ ଉଭୟ କାଶ୍ମୀର ଓ ନାଗରିକତା ଆଇନ ଉଠାଇ ଭାରତକୁ ତୀବ୍ର ସମାଲୋଚନା କରୁଛନ୍ତି ।
ସେ ତାଙ୍କ ମନ୍ତବ୍ୟରେ କହିଛନ୍ତି କି, ନାଗରିକତା ଆଇନ ସମ୍ପୂର୍ଣ୍ଣ ଅନୁଚିତ ଏହା କରିବା ଠିକ ନୁହେଁ ବୋଲି ମାଲେସିଆର ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାଛଡ଼ା ବିବାଦୀୟ ଇସ୍ଲାମିକ ଧର୍ମଗୁରୁ ଜାକିର ନାଇକୁ ଆଶ୍ରୟ ଦେବା ଉପରେ ମଧ୍ୟ ଭାରତ ଅସନ୍ତୋଷ ଥିଲା । ତେଣୁ ଭାରତ ଏହିଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି । ଅନ୍ୟପଟେ ଗତ ବର୍ଷ ଭାରତ ମାଲେସିଆଠାରୁ ୪୦.୪ ଲକ୍ଷ ଟନ୍ ଖାଇବା ତେଲ କିଣିଥିଲା । ଭାରତରେ ରୋଷେଇରେ ବ୍ୟବହାର ହେଉଥିବା ତେଲରେ ପାମ ତେଲର ଅଂଶ ଦୁଇ-ତୃତୀୟାଂଶ । ୨୦୧୯ରେ ଭାରତ ମାଲେସିଆରୁ ଖଇବା ତେଲ ଆମଦାନୀରେ କରିବାରେ ସବୁଠାରୁ ଉପରେ ରହିଥିଲା । ଏବେ କିନ୍ତୁ ଭାରତ ମାଲେସିଆ ପରିବର୍ତ୍ତେ ଏବେ ଇଣ୍ଡୋନେସିଆ ପାମ ତେଲ ଆଣିବା ପାଇଁ ନିଷ୍ପତ୍ତି ନେଇଛି ।