ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଅହମଦାବାଦର ମୋଟେରା ଷ୍ଟାଡିୟମ ‘ନମସ୍ତେ ଟ୍ରମ୍ଫ’ କାର୍ଯ୍ୟକ୍ରମ ପାଇଁ ଜନ ସମୁଦ୍ର ପାଲଟିଛି । ଆମେରିକା ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ ଜଣାଇବ ସହିତ ତାଙ୍କର ଏହି ଭାରତ ଗସ୍ତ ସର୍ବଦା ଅବିଷ୍ମରଣୀୟ ହୋଇ ରହିବ ବୋଲି କହି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡୋନାଲ୍ଡ ଟ୍ରମ୍ଫଙ୍କୁ ଭାରତ ଆସିବା ପାଇଁ ଧନ୍ୟବାଦ ଜଣାଇଛନ୍ତି ।
ଏହାପରେ ଟ୍ରମ୍ଫ ନିଜ ଅବିଭାଷଣରେ ଭାରତ-ଆମେରିକା ବନ୍ଧୁତ୍ୱ ବିଷୟରେ ବିସ୍ତାରରେ ଭାଷଣ ରଖିଛନ୍ତି । ଭାରତ-ଆମେରିକା ବନ୍ଧୁତ୍ୱ ଦ୍ୱାରା ଉଭୟ ଭାରତ ଓ ଆମେରିକା ପାଇଁ ଲାଭ ଦାୟକ ହେବା । ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ମଧ୍ୟ ସୃଦୁଢ ହୋଇପାରିବ । ଏଥି ସହିତ ଟ୍ରମ୍ଫଙ୍କ ଏହି ଭାରତ ଗସ୍ତରେ ଦୁଇ ଦେଶ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ହେବ । ଏବଂ ଏହା ଦ୍ୱାରା ଉଭୟ ଭାରତ ଓ ଆମେରିକା ଅଧିକ ଶକ୍ତଶାଳୀ ହୋଇପାରିବ । ଏବଂ ଦୁଇ ଦେଶର ବନ୍ଧୁତା ନିଶ୍ଚିତ ଭାବରେ ବିଶ୍ୱରେ ଉଦାହରଣ ସୃଷ୍ଟି କରିବ ।
ଆମେରିକା ବିଶ୍ୱର ସବୁଠାରୁ ବଡ ଶକ୍ତିଶାଳୀ ଦେଶ ଏବଂ ଆମେରିକା ସହାୟତାରେ ଭାରତ ଅଧିକ ଶକ୍ତିଶାଳୀ ହୋଇ ପାରିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ନିଜ ପ୍ରଥମ ଭାରତ ଗସ୍ତରେ କହିଛନ୍ତି ।