ନୂଆଦିଲ୍ୀ (ଏଟିଆର ବ୍ୟୁରୋ): ଏଣିକି ଗୁଗଲ ଏବଂ ଆପଲ ର ମନୋପଲିକୁ ମାତ ଦେବା ପାଇଁ ଭାରତ ନିଜର ଆପ୍ ଷ୍ଟୋର ଲଞ୍ଚ କରିବାର ଯୋଜନା କରିଛି । ଖାସ୍ କରି ଗୁଗଲ ଉପରେ ଭାରତୀୟଙ୍କ ନିର୍ଭରତାକୁ କମ କରିବା ପାଇଁ ଏଭଳି ଆପ୍ ଷ୍ଟୋର ଅଣା ଯାଉଛି । ଏକ ରିପୋର୍ଟରେ କୁହଯାଇଛି କି ଭାରତରେ ପାଖାପାଖି ୫୦୦ ମିଲିଅନ ସ୍ମାର୍ଟଫୋନ ୟୁଜର୍ସ ଅଛନ୍ତି, ଯେଉଁମାନେ ଗୁଗଲର ଆଣ୍ଡ୍ରୋଏଡ ପ୍ଲାଟଫର୍ମକୁ ଉପଯୋଗ କରୁଛନ୍ତି । କିନ୍ତୁ ଭାରତୀୟ ଷ୍ଟାର୍ଟଅପ ଗୁଗଲର ନୀତିକୁ ଆଲୋଚନା କରିଥାନ୍ତି ଯାହା ତାଙ୍କ ବୃଦ୍ଧିକୁ ରାକିଥାଏ ।
ନୂତନ ଏଜେନ୍ସି reuters ତାର ଏକ ରିପୋର୍ଟରେ କହିଛି କି, ସରକାର ଭାରତୀୟ ଷ୍ଟାର୍ଟଅପକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି ଏବଂ ସେଥିପାଇଁ ନିଜର ଏକ ଆପ୍ ଷ୍ଟୋର ଲଞ୍ଚ କରିବାର ଯାଜନା କରୁଛନ୍ତି । ବର୍ତ୍ତମାନ ଏହି ଆପ୍ ଷ୍ଟୋର ଉପରେ କମା କରୁଛନ୍ତି ସରକାର । ଯାହାକୁ ଆଣ୍ଡ୍ରୋଏଡ ସ୍ମାର୍ଟଫୋନରେ ପ୍ରି-ଇଂଷ୍ଟଲ୍ଡ ଆପ ଭାବେ ଉପଲବ୍ଧ କରାଯିବ ।
ନିକଟରେ ଗୁଗଲ ଏବଂ ଭାରତୀୟ ଷ୍ଟାର୍ଟଅପ ମଧ୍ୟରେ ଅନେକ ବିବାଦ ସାମ୍ନାକୁ ଆସିଛି । ଫୁଡ ଡେଲିଭରୀ ସର୍ଭିସ ପ୍ରୋଭାଇଡର କମ୍ପାନୀ ଜୋମାଟୋ ଓ ସ୍ୱିଗିକୁ ନୋଟିସ ପଠାଇଛି ଗୁଗଲ । ଏହି ଦୁଇ କମ୍ପାନୀ ପ୍ଲୋଷ୍ଟୋର ନିୟମ ଉଲ୍ଲଂଘନ କରୁଥିବାର ଅଭିଯୋଗ କରାଯାଇଛି । ଏହାପୂର୍ବରୁ ପ୍ଲେଷ୍ଟୋରରୁ ନିତି ଉଲ୍ଲଂଘନ କରିଥିବା ଅଭିଯୋଗରେ ପେଟିଏମକୁ ବି ହଟାଇ ଦେଇଥିଲା ଗୁଗଲ ।