ଅକଲାଣ୍ଡ(ଏଟିଆର ବ୍ୟୁରୋ): ଅକଲାଣ୍ଡ ଠାରେ ଖେଳାଯାଇଥିବା ଭାରତ ବନାମ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତ ଜିତି ଯାଇଛି । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା ନ୍ୟୁଜିଲାଣ୍ଡ ଟିମ । ତେବେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୫ ୱିକେଟ ହରାଇ ୧୩୨ ରନ ସଂଗ୍ରହ କରିପାରିଥିଲା ନ୍ୟୁଜିଲାଣ୍ଡ । ନ୍ୟୁଜିଲାଣ୍ଡ ଦଳର ଦୁଇ ଓପନର ମାର୍ଟିନ ଗୁପଟିଲ ୩୩ ରନ ଓ କଲିନ ମୁନରୋ ୨୬ ରନ କରିଥିଲେ । ସେହିଭଳି ଭାରତୀୟ ଦଳର ବୋଲର ରବୀନ୍ଦ୍ର ଜାଡେଜା ୨ଟି ୱିକେଟ ନେଇଥିବା ବେଳେ ଶିବମ ଦୁବେ, ଶାର୍ଦ୍ଦୁଳ ଠାକୁର ଓ ୟୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏ ୱିକେଟ ନେଇଥିଲେ । ୨.୩ ଓଭର ଥାଇ ନ୍ୟୁଜିଲାଣ୍ଡ ପକ୍ଷରୁ ଦିଆ ଯାଇଥିବା ଟାର୍ଗେଟକୁ ହାସଲ କରି ନେଇଛି ଭାରତୀୟ ଦଳ ।
ତେବେ ୧୩୩ ରନ ସଂଗ୍ରହ କରି ଜିତିବା ଉଦ୍ଦେଶ୍ୟରେ ପଡିଆକୁ ଓହ୍ଲାଇଥିଲେ ଭାରତୀୟ ବ୍ୟାଟ୍ସ ମ୍ୟାନ ମାନେ । ଆରମ୍ଭରୁ ଭାରତୀୟ ଦଳର ବ୍ୟାଟ୍ସ ମ୍ୟାନ ରୋହିତ ଶର୍ମା ଓ ଅଧିନାୟକ ବିରଟ କେହଲି ଆଉଟୁ ହୋଇଯାଇଥିଲେ । ତେବେ ଏହାପରେ ରାହୁଲ ଓ ଶ୍ରେୟାସ ଆୟର ଦଳ ପାଇଁ ୮୮ ରନର ଭାଗିଦାରୀ କରି ପୁଣି ମ୍ୟାଚକୁ ନିଜ ହାତକୁ ଆଣି ପାରିଥିଲେ । ଭାରତୀୟ ଦଳ ପକ୍ଷରୁ ରାହୁଲ ୫୭ ରନକରି ଅପରାଜିତ ଥିବା ବେଳେ ଆୟାର ୪୪ ରନ କରି ଆଉଟୁ ହୋଇଥିଲେ । ୫ଟିକିଆ ସିରିଜରେ ଭାରତ ୨-୦ରେ ଆଗୁଆ ରହିଛି ।