ଗୌହାଟି(ଏଟିଆର ବ୍ୟୁରେ): ଆଜି ଭାରତୀୟ ଟିମ ଚଳିତ ବର୍ଷ ପ୍ରଥମ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ । ଏହା ୨୦୨୦ ମସିହାର ପ୍ରଥମ ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ହେବ । ଏହି ମ୍ୟାଚରେ ଭାରତୀୟ ଦଳର ଦୁଇ ଖେଳାଳି ଶିଖର ଧାୱନ ଓ ଯଶପ୍ରୀତ ବୁମରାଙ୍କ ଉପରେ ରହିବ । ଏହାର କାରଣ ହେଉଛି ଏହି ଦୁଇ ଖେଳାଳି ଆଘାତ ଜନିତ ସମସ୍ୟା ପାଇଁ ଗତ କିଛି ଦିନ ହେବ ଦଳରୁ ବାଦ ପଡିଥିଲେ ।
ତେବେ ଏହା ଭିତରେ ଭାରତୀୟ ଦଳର ଅଧିନାୟକ ବିରାଟ କେହଲି ଅଭ୍ୟାସ ବେଳେ ସାମାନ୍ୟ ଆହତ ହୋଇଛନ୍ତି । ବିରାଟ ବାହୀନୀ ଟସ ଜିତି ପ୍ରଥମେ ବୋଲିଂ କରିବା ପାଇଁ ନିଷ୍ପତି ନେଇଛନ୍ତି । ଆରମ୍ଭରୁ ଶ୍ରୀଲଙ୍କା ଉପରେ ଭାରତୀୟ ବୋଲର ମାନେ ଭାରି ପଡିବେ ନେଇ ଆଶା ରଖିଛନ୍ତି ଫାନ୍ସ ମାନେ ।